ପାଟନା/ଗୟା,- ଡାଇରେକ୍ଟରେଟ ଅଫ ରେଭେନ୍ୟୁ ଇଂଟେଲିଜେନ୍ସ (ଡିଆରଆଇ) ରବିବାର ବିହାରର ଗୟା ଜିଲ୍ଲାର ଶେରଘାଟିର ସବକଲା ଟୋଲ ପ୍ଲାଜା ନିକଟରେ ତସ୍କରଙ୍କ ଦ୍ଵାରା ଏକ କାର୍ ରେ ନିଆଯାଉଥିବା ପ୍ରାୟ ୩ କୋଟି ମୂଲ୍ୟର ସୁନା ଜବତ ହୋଇଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯିବା ସହ ବ୍ୟବହୃତ କାର୍ କୁ ଜବତ କରାଯାଇଛି ।
ବାଙ୍ଗଲାଦେଶରୁ ଏହି ସୁନାକୁ ଭାରତ ଅଣାଯାଇଥିଲା । ଏହାପରେ ତାକୁ ଗ୍ବାଲିୟର୍ ନିଆଯିବାର ଥିଲା । ହେଲେ ଏହା ପୂର୍ବରୁ ଡିଆରଆଇ ଟିମ୍ ସୁନା ତସ୍କରଙ୍କୁ ଧରିବାରେ ସଫଳ ହୋଇଛି । ଡିଆରଆଇ ମୁମ୍ବାଇ ଜୋନ୍ କୁ ସୁନା ତସ୍କରୀ ନେଇ ଗୁପ୍ତ ସୂଚନା ମିଳିଥିଲା । ଏହି ସୂଚନାକୁ ମୁମ୍ବାଇ ଡିଆରଆଇ ପାଟଣାରେ ନିଜ ଟିମ୍ କୁ ସେୟାର କରିଥିଲା । ଏହାପରେ ପାଟଣାରୁ ଡିଆରଆଇ ଟିମ୍ ଗୟାରେ ପହଂଚି ଥିଲା । ଏବଂ ସେଠାରୁ ଏମାନଙ୍କୁ ଗିରଫ କରିଥିଲା ।
