
ନୂଆଦିଲ୍ଲୀ, 13 ଜାନୁଆରୀ (ହି.ସ.) ପ୍ରଭୁ ଶ୍ରୀରାମଙ୍କ ଆଗମନ ପାଇଁ ଚାରିଆଡ ଉତ୍ସବମୁଖର । ଏନେଇ ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ବର୍ଷ ବର୍ଷ ଧରି ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ଅପେକ୍ଷା ପରେ ଅଯୋଧା ଧାମରେ ସୁମଙ୍ଗଳ ସମୟ ପାଖେଇ ଆସିଛି । ଏହି ପୁଣ୍ୟ ଅବସରକୁ ନେଇ ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଚାରିଆଡ ପ୍ରଭୁ ଶ୍ରୀରାମଙ୍କ ଜୟକାର ଗୁଞ୍ଜରିତ ହେଉଛି । ଆସ୍ଥା ଓ ଭକ୍ତିର ଏହି ବାତାବରଣର ଅନୁଭବ ଆପଣଙ୍କୁ ଏହି ପ୍ରସ୍ତୁତିରୁ ହେବ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
