ନୂଆଦିଲ୍ଲୀ, 20 ଫେବୃଆରୀ : ଆଜି ହେଉଛି ଅରୁଣାଚଳ ପ୍ରଦେଶର ସ୍ଥାପନା ଦିବସ । ଏହି ଅବସରରେ ଅରୁଣାଚଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ସାଂସ୍କୃତିକ ଐତିହ୍ୟ ସହ ଯୋଡି ହୋଇଥିବା ଅରୁଣାଚଳ ପ୍ରଦେଶର ସ୍ଥାପନା ଦିବସ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।
