ଜୟପୁର, 14 ଡିସେମ୍ବର (ହି.ସ.)- ରାଜସ୍ଥାନର କାର୍ଯ୍ୟବାହାକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କର ବଢିଲା ସୁରକ୍ଷା । ରାଜ୍ୟ ଗୁଇନ୍ଦା ପୋଲିସର ଆଶଙ୍କା ଆଧାରରେ ତାଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି । ନିକଟରେ ଗୁଇନ୍ଦା ପୋଲିସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପତ୍ର ଲେଖାଯାଇଥିଲା । କିନ୍ତୁ ଏହି ସୁରକ୍ଷା ବ୍ୟବସ୍ଥାର ଅନ୍ତିମ ନିର୍ଣ୍ଣୟ ନବଗଠିତ ସରକାର ଉପରେ ଛାଡିଦିଆଯାଇଛି । ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ନିର୍ଣ୍ଣୟ କମିଟି ନିର୍ଦ୍ଧାରଣ କରିବ ବୋଲି କୁହାଯାଇଛି । ସରକାର ଗଠନ ହେବା ପରେ ଏହି ମାମଲା କମିଟି ନିକଟକୁ ପଠାଯିବ ।
ନିର୍ବାଚନ ପରେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ସୁରକ୍ଷା ଆଲର୍ଟ ମିଳିଥିଲା । ଏହି ଆଧାରରେ ତାଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରସ୍ତାବ ପୋଲିସ ମୁଖ୍ୟାଳୟରୁ ଗୃହ ବିଭାଗକୁ ପଠାଯାଇଥିଲା । ବିଭାଗର ଅନୁମତି ପରେ ତାଙ୍କୁ ଅସ୍ଥାୟୀ ଭାବେ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
