ଜମ୍ମୁ, 16 ନଭେମ୍ବର :ଜମ୍ମୁର ଡୋଡା ଜିଲ୍ଲାରେ ବୁଧବାର ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିଲା । ଭୟାବହ ଅଗ୍ନିକାଣ୍ଡ ଯୋଗୁ 8ଟି ଘର ଜଳି ଭସ୍ମୀଭୂତ ହୋଇଯାଇଛି । 5ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାଥମିକ ତଦନ୍ତରୁ ଏହା ସର୍ଟସର୍କିଟ ଜନିତ ଅଗ୍ନିକାଣ୍ଡ ବୋଲି ଜଣାପଡିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
