ମିର୍ଜାପୁର, 21 ଅକ୍ଟୋବର : କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ତଥା ମିର୍ଜାପୁରର ସାଂସଦ ଅନୁପ୍ରିୟ ପଟେଲଙ୍କ ଉଦ୍ୟମରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମୀର୍ଜାପୁର ବାଇପାସ୍ ନିର୍ମାଣ କାର୍ଯ୍ୟ ।ଏହାସହିତ ଗଙ୍ଗାନଦୀ ଉପରେ ଛଅ ଲେନ୍ ବିଶିଷ୍ଟ ଏକ ଉଚ୍ଚକ୍ଷମତା ସମ୍ପନ୍ନ ପୋଲ ମଧ୍ୟ ନିର୍ମାଣ କରାଯିବ । 17ଶହ କୋଟି ଟଙ୍କା ବିନିମୟରେ ଏହି ପ୍ରୋଜେକ୍ଟ କାମ କରାଯିବ । ଯାହାଦ୍ୱାରା ଅଞ୍ଚଳବାସୀଙ୍କ ସମେତ ଅନ୍ୟ ରାଜ୍ୟର ବ୍ୟବସାୟୀ ଓ ପର୍ଯ୍ୟଟକଙ୍କୁ ସୁଫଳ ମିଳିବ ।
ମୀର୍ଜାପୁରେ ବାଇପାସ୍ ନିର୍ମାଣ ପାଇଁ ଅନୁପ୍ରିୟା ପଟେଲ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ 2023 ଫେବୃୟାରୀ 3ରେ ଚିଠି ଲେଖି ଅନୁରୋଧ କରିଥିଲେ ।
