ଭୁବନେଶ୍ୱର, 26 ନଭେମ୍ବର (ହି.ସ.) ଆଜି ହେଉଛି ସମ୍ବିଧାନ ଦିବସ । ଏହି ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ଭାରତକୁ ଏକତା ସୂତ୍ରରେ ବାନ୍ଧିଥିବା ଗ୍ରନ୍ଥ ଭାରତୀୟ ସମ୍ବିଧାନକୁ ସମର୍ପିତ ସମ୍ବିଧାନ ଦିବସରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି । ଭାରତୀୟ ସମ୍ବିଧାନ ଆମ ଗଣତନ୍ତ୍ରର ଆତ୍ମା ଅଟେ । ସମ୍ବିଧାନ ନିର୍ମାଣରେ ଜଡିତ ସମସ୍ତ ମହାନ ବିଭୂତିମାନଙ୍କୁ ନମନ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
