ଭୁବନେଶ୍ୱର, 13 ଡିସେମ୍ବର (ହି.ସ.) ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବିତ ପାତ୍ରଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।
ତାଙ୍କ ଠାରେ ଅନେକ ପ୍ରତିଭା , ସ୍ନେହପୂର୍ଣ୍ଣ ପ୍ରକୃତି ଏବଂ ସକାରାତ୍ମକତା ରହିଛି । ମହାପ୍ରଭୁ ଜଗନ୍ନାଥ ତାଙ୍କୁ ସୁଖୀ, ସୁସ୍ଥ ଏବଂ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ ବୋଲି କାମନା କରୁଛି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
