
ନୂଆଦିଲ୍ଲୀ, 3 ଡିସେମ୍ବର (ହି.ସ.) ଆଜି ଦିବ୍ୟାଙ୍ଗଜନ ଅନ୍ତର୍ଜାତୀୟ ଦିବସରେ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ବର୍ଗରେ ଜାତୀୟ ପୁରସ୍କାର ପ୍ରଦାନ କରିବେ । କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରାଳୟର ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ ତତ୍ତ୍ୱାବଧାନରେ ଆୟୋଜିତ ହେଉଥିବା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ।
ପିଆଇବିର ବିଜ୍ଞପ୍ତି ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିବ୍ୟାଙ୍ଗଜନ, ବ୍ୟକ୍ତିତ୍ୱ ଓ ସଙ୍ଗଠନକୁ ଜାତୀୟ ପୁରସ୍କାର ପ୍ରଦାନ କରିବେ । କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଏହି ସମାରୋହର ଅଧ୍ୟକ୍ଷତା କରିବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
