ରାଜୌରୀ, 23 ନଭେମ୍ବର (ହି.ସ.) ରାଜୌରୀ ଜିଲ୍ଲାର କାଲାକୋଟର ବାଜିମଲ ଜଙ୍ଗଲରେ ଗୁରୁବାର ଦ୍ୱିତୀୟ ଦିନରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ବୁଧବାର ଦିନ ଗୁଳି ବିନିମୟରେ2ଜଣ ସେନା ଅଧିକାରୀଙ୍କ ସହ 2ଜଣ ଯବାନ ସହିଦ ହୋଇଛନ୍ତି । 2ଜଣ ଯବାନ ଆହତ ହୋଇଛନ୍ତି ।
ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ହଠାତ୍ ଆକ୍ରମଣ ଆରମ୍ଭ କରିଥିଲେ । ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷା କରିବାକୁ ଯାଇ ଅଧିକାରୀ ସହିଦ ହୋଇଛନ୍ତି । ଗୁଳି ବିନିମୟ ଚାଲିଥିବା ସ୍ଥାନକୁ ଚାରିପଟୁ ଘେରାଉ କରି ରଖିଛି ସେନା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
