ମେକ୍ସିକୋ, 9 ସେପ୍ଟେମ୍ବର (ହି.ସ.)- ମେକ୍ସିକୋରେ ଏକ ମାଲଗାଡ଼ି ଓ ଏକ ଡବଲ୍-ଡେକର ବସ୍ ମଧ୍ୟରେ ହୋଇଥିବା ଧକ୍କାରେ
କମ୍ରେ କମ୍ ୧୦ ଜଣଙ୍କ ମୃତ୍ୟୁ ଓ ୪୧ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ
ବସ୍ଟି ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛି । ଏହି ଦୁର୍ଘଟଣା ସକାଳ ୭ଟା (ବ୍ରିଟିଶ ସମୟ ଅନୁଯାୟୀ
ଦ୍ୱିପ୍ରହର୨ଟା) ଠାରୁ କିଛି ସମୟ ପୂର୍ବରୁ ମେକ୍ସିକୋ ସିଟିରୁ ପ୍ରାୟ ୮୦ ମିଲ୍ (୧୩୦ କି.ମି.)
ଉତ୍ତର-ପଶ୍ଚିମରେ ଅବସ୍ଥିତ ଅଟଲାକୋମୁଲ୍କୋ ନାମକ ସହରର ଏକ ଶିଳ୍ପାଞ୍ଚଳରେ ଥିବା ରେଲୱେ କ୍ରସିଂ
ନିକଟରେ ଘଟିଥିଲା।
ସ୍କାଇ ନ୍ୟୁଜର ଏକ ରିପୋର୍ଟରେ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ,
ମେକ୍ସିକୋ
ରାଜ୍ୟର ନାଗରିକ ସୁରକ୍ଷା ଏଜେନ୍ସି ଏକ୍ସ ମାଧ୍ୟମରେ କହିଛି ଯେ ଅଧିକାରୀମାନେ ଏଯାବତ୍ ଦୁର୍ଘଟଣଶସ୍ଥଳରେ
କାମ କରୁଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛଇ। ଆଟର୍ନି ଜେନେରାଲ କାର୍ଯ୍ୟାଳୟ ଅନୁଯାୟୀ,
ମୃତ୍ୟୁବରଣ
କରିଥିବା ଲୋକମାନେଙ୍କମଧ୍ୟରେ ସାତଜଣ ମହିଳା ଓ ତିନିଜଣ ପୁରୁଷ ଅଛନ୍ତି,
ଓ
କିଛି ଆହତଙ୍କ ଅବସ୍ଥା ଗମ୍ଭୀର ରହିଛି ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
