ମୁମ୍ବାଇ, ୨୪ ନଭେମ୍ବର (ହି.ସ.)- ମୁମ୍ବାଇ ବିମାନବନ୍ଦରର ମେଲ୍ କୁ ଏକ ବାର୍ତା ଆସିଛି । ଏହି ବାର୍ତାରେ ବିଟ୍ କଏନ୍ ରୂପରେ ଏକ ମିଲିୟନ ଡଲାର ନଦେଲେ ବିମାନବନ୍ଦରର ଟର୍ମିନାଲ ୨ କୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି । ବିମାନବନ୍ଦର ଅଧିକାରୀମାନେ ଏ ସଂକ୍ରାନ୍ତରେ ସମ୍ପୃକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ସହାର ପୋଲିସ ଥାନାରେ ଏକ ଏତଲା ଦାୟର୍ ହୋଇଛି । ଏତଲାକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ଏହି ଅଜ୍ଞାତ ବ୍ୟକ୍ତି ଜଣକ ମୁମ୍ବାଇ ଇଂଟରନେସନାଲ ଏୟାରପୋର୍ଟ ଲିମିଟେଡ଼ର ଫିଡବ୍ୟାକ୍ ଇନବକ୍ସକୁ ଏହି ଧମକପୂର୍ଣ୍ଣ ଇମେଲ୍ ଲେଖି ପଠାଇଥିଲା । ଏହି ବାର୍ତାରେ ଲେଖାଥିଲା ଯେ, ଯଦି ବିଟ୍ କଏନ୍ ରେ ୧ ମିଲିୟନ୍ ଡଲାର ଉଲ୍ଲେଖ ଥିବା ଠିକଣାରେ ସ୍ଥାନାନ୍ତରିତ କରାନଯାଏ, ତେବେ ଆମେ ୪୮ ଘଂଟା ମଧ୍ୟରେ ଟର୍ମିନାଲ ୨ କୁ ବିସ୍ଫୋରଣରେ ଉଡାଇଦେବୁ । ୨୪ ଘଂଟା ପରେ ଦ୍ୱିତୀୟ ଆଲର୍ଟ ପଠାଯିବ । ଏହି ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ବିମାନବନ୍ଦର ସହିତ ଏହାର ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।ଏଥି ସହିତ ସେହି ଆଇପି ଆଡ୍ରେସ୍ ବାବଦରେ ମଧ୍ୟ ସୂଚନା ସଂଗ୍ରହ କରାଯାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ
