ଗିରିଡିହ, 11 ନଭେମ୍ବର (ହି.ସ.) ଶନିବାର ସକାଳେ ଗିରିଡିହରେ ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ 2ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଆହତ ହୋଇଛନ୍ତି । ବଗୋଦର ଥାନା ଅଞ୍ଚଳରେ ବଗୋଦର ସରିୟା ରୋଡ ସ୍ଥିତ ଅମ୍ବାଡିହ ମୋଡରେ ହୋଇଥିବା ଏହି ଦୁର୍ଘଟଣାରେ ଗ୍ୟାସ ସିଲିଣ୍ଡର ଲଦା ହୋଇଥିବା ଟ୍ରକ ଓ କାର ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାରରେ ବସିଥିବା ମଞ୍ଜଲାଡିହର ଜଣେ ବାସିନ୍ଦାଙ୍କର ମୃତ୍ୟୁ ହୋଇଛି । ସେହିପରି 3ଜଣ ଆହତ ହୋଇଛନ୍ତି । ତିନି ଜଣ ଆହତଙ୍କ ଚିକିତ୍ସା ପାଇଁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟ ଏକ ଦୁର୍ଘଟଣା ମୁଫଫସିଲ ଥାନା ଅଞ୍ଚଳରେ ହୋଇଥିବା ବେଳେ ଏଥିରେ ସ୍ଥାନୀୟ ଏକ ନ୍ୟୁଜ ଚ୍ୟାନେଲରେ କ୍ୟାମେରା ମ୍ୟାନ ଭାବେ କାମ କରୁଥିବା ମନୋଜ କୁମାର ରାମଙ୍କ ପିତା ସରଜୁ ରାମଙ୍କର ଏକ ଅଜଣା ଟ୍ରକ ଧକ୍କା ଦେବା ଯୋଗୁ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ସରଜୁଙ୍କୁ ମେଡିକାଲ ନିଆଯାଇଥିଲା, ମାତ୍ର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
