ଭୋପାଳ, 9 ଜାନୁଆରୀ (ହି.ସ.)ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ମଙ୍ଗଳବାର ସକାଳେ ଭୋପାଳରେ ପହଞ୍ଚିଛନ୍ତି । ଏଠାରେ ସେ ନବନିର୍ବାଚିତ ବିଧାୟକଙ୍କୁ ଆଦର୍ଶ ବିଧାୟକ ବନିବା ପାଇଁ ଦେବେ ଟିପ୍ସ ।
ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଭୋପାଳ ପହଞ୍ଚିବା ପରେ ରାଜ୍ୟର ମନ୍ତ୍ରୀ କୈଳାସ ବିଜୟବର୍ଗୀୟ ଓ ବିଶ୍ୱାସ ସାରଙ୍ଗ ତାଙ୍କୁ ରେଲୱେ ଷ୍ଟେସନରେ ସ୍ୱାଗତ କରିଥିଲେ । ବିର୍ଲା ମଧ୍ୟପ୍ରଦେଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଭୋପାଳ ଆସିଛନ୍ତି । ନବ ନିର୍ବାଚିତ ବିଧାୟକଙ୍କ ପାଇଁ ବିଧାନସଭାର ମାନସରୋବର ସଭାଗାରରେ ଦୁଇ ଦିବସୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଲୋକସଭା ଅଧ୍ୟକ୍ଷ ବିଧାୟକଙ୍କୁ ସଂସଦୀୟ ଶିଷ୍ଟାଚାର ଓ ଆଚାରଣର ଶିକ୍ଷା ଦେବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
