ପୂର୍ବ ଚମ୍ପାରଣ, 29 ଅକ୍ଟୋବର (ହି.ସ.) ଭାରତ-ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ନିମନ୍ତେ ଶନିବାର ନେପାଳର ବାଣିଜ୍ୟିକ ରାଜଧାନୀ ବିରଗଙ୍ଗ ସ୍ଥିତ ଇଣ୍ଟିଗ୍ରେଟେଡ ଚେକ୍ ପୋଷ୍ଟରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦୁଇଦେଶର ସୀମାବର୍ତ୍ତୀ ଜିଲ୍ଲାର ଅଧିକାରୀମାନେ ଯୋଗ ଦେଇଥିଲେ ।
ନେପାଳର ପରସା ଜିଲ୍ଲାର ସିଡିଓ ହୀରାଲଲ ରେଗମୀ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ । ଭାରତର ପକ୍ଷରୁ ଭାରତୀୟ ମହାବାଣିଜ୍ୟିକ ଦୂତ ଶଶି ଭୂଷଣ କୁମାର, ପୂର୍ବ ଚମ୍ପାରଣର ଏସପି କାନ୍ତେଶ କୁମାର ମିଶ୍ରା, ଡିଏମ ସୌରଭ ଜୋରଭାଲ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ବୈଠକରେ ସୀମା ସୁରକ୍ଷା ଏବଂ ପରିଚାଳନା, ଆମଦାନୀ-ରପ୍ତାନି, ସୀମାନ୍ତ ଅଞ୍ଚଳର ବିକାଶ ସହିତ ନିଶା କାରବାର, ଡ୍ରଗ୍ ଚୋରା ଚାଲାଣକାରୀଙ୍କ ଉପରେ କଟକଣା, ସୀମା ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ, ଅସ୍ତ୍ରଶସ୍ତ୍ର ଚୋରା କାରବାର, ମାନବ ଚାଲାଣ, ନକଲି ମୁଦ୍ରା, ଶିକାର ଏବଂ ବନ୍ୟଜନ୍ତୁ ଚୋରା ଚାଲାଣ ଭଳି ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
