ପୁରୀ, ୨୯ ଅକ୍ଟୋବର (ହି.ସ.)- ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ କ୍ଷୁଦ୍ର ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ ନ କରିବା ପାଇଁ ବାରଣ କରାଯାଇଛି। ଏବେ ଭକ୍ତଙ୍କୁ ସଚେତନ କରାଯାଉଛି। ନୂଆବର୍ଷରୁ ଏହି ନିୟମ ଲାଗୁ କରାଯିବ। ବଡଦାଣ୍ଡ ସେବା ତରଫରୁ ଆଜି ଧୋତି ସେବା କାର୍ଯ୍ୟ ଆରମ୍ଭ କରାଯାଇ ଭକ୍ତଙ୍କୁ ସଚେତନ କରାଯାଇଛି। ସଂଗଠନ ତରଫରୁ ଧୋତି ସେବା କାର୍ଯ୍ୟ ଭକ୍ତଙ୍କୁ ଯୋଗାଇ ଦିଆଯାଇଥିଲା। ଶ୍ରୀମନ୍ଦିର ସେବାୟତଙ୍କ ଉପସ୍ଥିତିରେ ଭକ୍ତଙ୍କୁ ଧୋତି ପିନ୍ଧାଇ ସଚେତନତା ସୃଷ୍ଟି କରାଯାଇଥିଲା।
ବଡଦାଣ୍ଡ ସେବାର ସୂର୍ଯ୍ୟକାନ୍ତ ନାୟକ, ଆଲୋକ ବାରିକ୍, ଜଗନ୍ନାଥ ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ
