ନୂଆଦିଲ୍ଲୀ, ୨୮ ନଭେମ୍ବର (ହି.ସ.)- ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ ମାମଲାରେଆଜି ମହିଳା ରେସଲରଙ୍କ ପକ୍ଷରୁ ଲିଖିତ ଦଲିଲ ଦାଖଲ କରାଯାଇଛି । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ହରଜିତ ସିଂହ ଜଶପାଲ ଦିଲ୍ଲୀ ପୋଲିସକୁ ନିଜର ଲିଖିତ ଦଲିଲ ଡିସେମ୍ବର 6 ତାରିଖ ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ କହିଛନ୍ତି ଯେ, ସମସ୍ତ ପକ୍ଷଭୁକ୍ତମାନେ ଯଦି କିଛି ଅତିରିକ୍ତ ଦଲିଲ ଦାଖଲ କରିବାକୁ ଚାହୁଁଥାନ୍ତି ତେବେ ଡିସେମ୍ବର 6 ତାରିଖ ସୁଦ୍ଧା ଲିଖିତ ଭାବେ ଦାଖଲ କରିପାରିବେ । ଏହି ମାମଲାରେ ନଭେମ୍ବର 22ରେ ବ୍ରିଜଭୂଷଣ ଓ ବିନୋଦ ତୋମାରଙ୍କ ପକ୍ଷରୁ ଲିଖିତ ଦଲିଲ ଦାଖଲ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା
