
ନୂଆଦିଲ୍ଲୀ, 24 ଅକ୍ଟୋବର (ହି.ସ.) ବିଶିଷ୍ଟ କ୍ରିକେଟର ଶ୍ରୀ ବିଶନ ସିଂ ବେଦୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ବିଶିଷ୍ଟ କ୍ରିକେଟର ଶ୍ରୀ ବିଶନ ସିଂ ବେଦୀଙ୍କ ପରଲୋକରେ ଦୁଃଖିତ । ଖେଳ ପ୍ରତି ତାଙ୍କ ଅତୁଟ ଆଗ୍ରହ ଥିଲା ଏବଂ ତାଙ୍କର ଆଦର୍ଶ ବୋଲିଂ ଭାରତକୁ ଅନେକ ସ୍ମରଣୀୟ ବିଜୟ ଦେଇଥିଲା । ସେ ଭବିଷ୍ୟତ ପିଢ଼ିର କ୍ରିକେଟରଙ୍କୁ ପ୍ରେରଣା ଦେବା ଜାରି ରଖିବେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।’
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
