
ନୂଆଦିଲ୍ଲୀ, 29 ଅକ୍ଟୋବର (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇ
ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ସନ୍ଧ୍ୟା ସମୟରେ ପ୍ରାୟ ୪ଟା ବେଳେ ନେସ୍କୋ ଏକଜିବିଶନ
ସେଣ୍ଟରରେ ଆୟୋଜିତ “ଇଣ୍ଡିଆ ମେରିଟାଇମ ଉଇକ ୨୦୨୫”ରେ ମେରିଟାଇମ ଲିଡର୍ସ କନକ୍ଲେଭକୁ ସମ୍ବୋଧନ କରିବେ ଏବଂ “ଗ୍ଲୋବାଲ ମେରିଟାଇମ ସିଇଓ ଫୋରମ” ର ଅଧ୍ୟକ୍ଷତା କରିବେ ।
ପ୍ରଧାନମନ୍ତ୍ରୀ
କାର୍ଯ୍ୟାଳୟ ଅନୁସାରେ, ଆଇଏମଡବ୍ଲୁ-୨୦୨୫ ର ବିଷୟ ହେଉଛି – “ସମୁଦ୍ରର ଏକତା, ଏକ ସମୁଦ୍ରୀ ଦୃଷ୍ଟିକୋଣ” । ଏହାର ଆୟୋଜନ ୨୭ ରୁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ହେବ । ଏହି
ଆୟୋଜନରେ ଭାରତ କିପରି ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ କେନ୍ଦ୍ର ଏବଂ “ନୀଳ ଅର୍ଥନୀତି” ରେ ଅଗ୍ରଗାମୀ ଦେଶ ଭାବେ ଆଗୁଆ ହେବାର ରଣନୀତିମୂଳକ ରୋଡମ୍ୟା
ପ୍ରଦର୍ଶିତ କରାଯିବ ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
