ମୁମ୍ବାଇ, 12 ଡିସେମ୍ବର (ହି.ସ.)- ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମଙ୍ଗଳବାର ବିଧାନ ପରିଷଦରେ କହିଛନ୍ତି ଯେ, ଡ୍ରଗ୍ସ ମାମଲାରେ କାହାରିକୁ ଛଡାଯିବନାହିଁ । ସେ ଚେତାବନୀ ଦେଇଛନ୍ତି ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ପୋଲିସ କର୍ମୀଙ୍କ ସସପେଣ୍ଡ କରାଯିବ ।
ନାଗପୁରରେ ଚାଲୁଥିବା ବିଧାନମଣ୍ଡଳର ଶୀତକାଳୀନ ଅଧିବେଶନରେ ଦେବେନ୍ଦ୍ର ଫଡନବିସ ବିଧାନ ପରିଷଦରେ କହିଛନ୍ତି ଯେ, ଲଳିତ ପାଟିଲ ଡ୍ରଗ୍ସ ମାମଲାରେ ଏବେ ସୁଦ୍ଧା 10ଜଣ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 4ଜଣ ପୋଲିସ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଥିବା ବେଳେ 6ଜଣଙ୍କୁ ସସପେଣ୍ଡ କରାଯାଇଛି । ପୁଣେର ସେସନ୍ ହସ୍ପିଟାଲରୁ ଫେରାର ହୋଇଯାଇଥିବା ଲଲିତ ପାଟିଲଙ୍କ ମାମଲାରେ ସେସନ୍ ହସ୍ପିଟାଲର ମୁଖ୍ୟ ଡକ୍ଟର ସଞ୍ଜୀବ ଠାକୁରଙ୍କୁ ମଧ୍ୟ ତାଙ୍କ କର୍ତ୍ତବ୍ୟରୁ ମୁକ୍ତ କରାଯାଇଛି ଏବଂ ଡାକ୍ତରଖାନା କର୍ମଚାରୀଙ୍କ ତଦନ୍ତ ଚାଲିଛି। ଏହି ମାମଲାରେ ସହକାରୀ ପୋଲିସ କମିଶନର ଭାଗବତଙ୍କୁ ନିଲମ୍ବିତ କରାଯାଇଛି । ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଡ୍ରଗ୍ ମାମଲାରେ ଏକ ଅନ୍ତର୍ଜାତୀୟ ଗ୍ୟାଙ୍ଗ କାର୍ଯ୍ୟ କରୁଛି ତେଣୁ ପୋଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
