ନୂଆଦିଲ୍ଲୀ,
11 ନଭେମ୍ବର (ହି.ସ.)
ଦିଲ୍ଲୀ ପୋଲିସ ପକ୍ଷରୁ ୟୁଏପିଏ ଧାରା 16,
18, ବିସ୍ଫୋଟକ ଆଇନ ଏବଂ ବିଏନଏସର ବିଭିନ୍ନ ଧାରା ଅନୁସାରେ
କୋତୱାଲି ଥାନାରେ ମାମଲା ରୁଜୁ
—
ଜାତୀୟ ରାଜଧାନୀ ଦିଲ୍ଲୀରେ ଲାଲକିଲା ନିକଟରେ ଗାଡ଼ି
ଭିତରେ ଘଟିଥିବା ବିସ୍ଫୋରଣର ତଦନ୍ତରେ ଆତଙ୍କବାଦୀ ଆକ୍ରମଣର ସନ୍ଦେହ କରାଯାଉଛି । ଦିଲ୍ଲୀ
ପୋଲିସ କୋତୱାଲି ଥାନାରେ ଗୈରକାନୁନିକ କାର୍ଯ୍ୟକଳାପ (ନିଷେଧ) ଆଇନ (ୟୁଏପିଏ)
ର ଧାରା 16, 18 ସହିତ ବିସ୍ଫୋଟକ ଆଇନ ଓ ବିଏନଏସର ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ
କରିଛି। ପୋଲିସ କହିଛି ଯେ, ଲାଲକିଲା
ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ଭାବେ ତଦନ୍ତ କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀ ଏହି ବିସ୍ଫୋରଣ ବିଷୟରେ ତଥ୍ୟ ନେଇଛନ୍ତି। ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେବା
ସହିତ ଆହତମାନଙ୍କ ଚିକିତ୍ସା ଉପରେ ନିରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକାରୀମାନଙ୍କ କହିବା ଅନୁସାରେ, ସୋମବାର ସନ୍ଧ୍ୟାରେ ଲାଲକିଲା ମେଟ୍ରୋ ଷ୍ଟେସନ୍ ନିକଟରେ ହୋଇଥିବା ବିସ୍ଫୋରଣରେ ନଅଜଣଙ୍କ
ମୃତ୍ୟୁ ଓ 20 ଜଣ ଆହତ ହୋଇଛନ୍ତି।
ଆହତମାନଙ୍କୁ ଲୋକନାୟକ ଜୟପ୍ରକାଶ (ଏଲଏନଜେପି) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଗାଡ଼ି
ହୁଣ୍ଡାଇ ଆଇ 20 ଥିଲା। ବିସ୍ଫୋରଣ
ସହିତ ଚାରିପାଖରେ ଥିବା ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ଓ କିଛି ଲୋକ ଆହତ ହୋଇଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
