• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ୧୯୩୭ ବ୍ୟୋମଯାନ ଆଇନରେ ସଂଶୋଧନ: ଉଡାଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟକୁ ସହଜ ତଥା ସୁଗମ କରିବାରେ ଏହା ବିଶେଷ ସହାୟକ ହେବ
National

୧୯୩୭ ବ୍ୟୋମଯାନ ଆଇନରେ ସଂଶୋଧନ: ଉଡାଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟକୁ ସହଜ ତଥା ସୁଗମ କରିବାରେ ଏହା ବିଶେଷ ସହାୟକ ହେବ

CliQ INDIA
Last updated: October 17, 2023 4:12 pm
CliQ INDIA
Share
5 Min Read
SHARE

ନୂଆଦିଲ୍ଲୀ, 17 ଅକ୍ଟୋବର (ହି.ସ.) ୧୯୩୭ମସିହାରେ ଭାରତୀୟ ବ୍ୟୋମଯାନ ଆଇନରେ ସରକାର ଯେଉଁସବୁ ସଂଶୋଧନ ଆଣିଥିଲେ ତାହାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାର ଅର୍ଥ ହେଲା ଏହି ସଂଶୋଧିତ ନିୟମାବଳୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ହୋଇଛି । ଏହି ସଂଶୋଧନ ଦେଶର ଉଡାଣ କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ କରିବ । ସେହିଭଳି ବେସାମରିକ ଉଡାଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟକୁ ସହଜ ତଥା ସୁଗମ କରିବା ପାଇଁ ଏହା ବିଶେଷ ସହାୟକ ହେବ । ବେସମାରିକ ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସମୟ ଉପଯୋଗୀ, ନିରାପଦ, ସୁରକ୍ଷିତ ଓ ଦକ୍ଷ କରିବା ପାଇଁ ଏହି ସଂଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଉଡାଣ କ୍ଷେତ୍ର ସହିତ ସମ୍ପୃକ୍ତ ସବୁ ପକ୍ଷଙ୍କ ସହ ବ୍ୟାପକ ପରାମର୍ଶ ଓ ବିଚାର ଆଲୋଚନା ପରେ ସରକାର ୧୯୩୭ ଆଇନରେ ସଂଶୋଧନ ଆଣିଛନ୍ତି । ଏହା ଫଳରେ ଏହି କ୍ଷେତ୍ରର ନିରାପତ୍ତା, ସୁରକ୍ଷା ଓ ନିୟନ୍ତ୍ରଣ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଛି । ଏହି ସଂସ୍କାର ଫଳରେ ଭାରତ ବେସାମରିକ ଉଡାଣ ଓ ନିୟନ୍ତ୍ରଣ ନୀତି ଆନ୍ତର୍ଜାତିକ ନିୟମର ଅନୁରୂପ ହେବ ଏବଂ ଏଥିରେ ଭିନ୍ନତା ପ୍ରାୟ ରହିବ ନାହିଁ । ନୂଆ ସଂଶୋଧିତ ବ୍ୟବସ୍ଥାରେ ଆନ୍ତର୍ଜାତିକ ବେସାମରିକ ଉଡାଣ ପ୍ରତିଷ୍ଠାନ ଆଇସିଏଓର ମାନକୁ ଗ୍ରହଣ କରାଯାଇଛି। ଏହାଛଡା ଉଡାଣ କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତା ରକ୍ଷା ପାଇଁ ଆଇସିଏଓ ଯେଉଁ ମାନ ଓ ଶ୍ରେଷ୍ଠ ନୀତିକୁ ସୁପାରିସ କରିଛି ଭାରତର ସଂଶୋଧିତ ଆଇନ ତଦନୁସାରେ ପ୍ରସ୍ତୁତ ହୋଇଛି । ଏସବୁ ସଂସ୍କାରର କିଛି ଅଂଶକୁ ପ୍ରଥମେ ୨୦୨୩ ଏପ୍ରିଲ ୧୩ତାରିଖ ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିଲା । ସେଥିରେ ବିମାନ ଚଳାଚଳର ସୁଗମତା, ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଉଡାଣରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଭବନ ଓ ଗଛ ଆଦିକୁ ହଟାଇବାର ବ୍ୟବସ୍ଥା ରହିଛି ଓ ବିଜ୍ଞପ୍ତି ଫଳରେ ଏହି ସଂଶୋଧିତ ଆଇନର କିଛି ଅଂଶ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି । ସୂଚନାଯୋଗ୍ୟ ଯେ ବିମାନ ଉଡାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଭବନ ଓ ଗଛ ଆଦିକୁ ହଟାଇବା ପାଇଁ ୧୯୯୪ର ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିଲ । ୨୦୨୩ ଏପ୍ରିଲ ୧୩ରୁ ଏହା କାର୍ଯ୍ୟକାରୀ ହୋଇଛି ।

୧୯୩୭ ଭାରତୀୟ ବ୍ୟୋମଯାନ ଆଇନରେ ଯେଉଁ ଅତି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି ତାହା ହେଲା ଏୟାର ଲାଇନ୍ସର ଉଭୟ ଟାନ୍ସପୋର୍ଟ(ପରିବହନ) ଓ କମର୍ସିଆଲ (ବ୍ୟାବସାୟିକ) ପାଇଲଟଙ୍କ ଲାଇସେନ୍ସର ଅବଧିକୁ ପାଂଚ ବର୍ଷରୁ ୧୦ବର୍ଷ କରାଯାଇଛି । ଏଥିପାଇଁ ୧୯୩୭ ଆଇନର ଧାରା ୩୯ସିକୁ ସଂଶୋଧନ କରାଯାଇଛି । ଏହି ପରିବର୍ତ୍ତନ ଫଳରେ ପାଇଲଟ୍ ବା ବୈମାନିକମାନଙ୍କର ପ୍ରଶାସନିକ ବୋଝ ହ୍ରାସ ପାଇବ । ସେହିଭଳି ଡିଜିସିଏ ଭଳି ଉଡାଣ ପ୍ରାଧିକରଣଙ୍କ କାମ ବୋଝ ମଧ୍ୟ କମିବ । ଏହା ଫଳରେ ଲାଇସେନ୍ସ ବ୍ୟବସ୍ଥା ସୁସଂହତ ଏବଂ ଜଞ୍ଜାଳମୁକ୍ତ ହେବ ।

ଆହୁରି ମଧ୍ୟ ୧୯୩୭ ଆଇନର ଧାରା ୬୬କୁ ପରିବର୍ତ୍ତନ କରାଯାଇଛି । ଏହି ଆଇନ ଅନୁସାରେ ବିମାନ ବନ୍ଦର ବା ଏରୋଡ୍ରୋମ ଆଖ ପାଖରେ ‘ଫଲସ ଲାଇଟ୍’ ପ୍ରଦର୍ଶନ ନିଷିଦ୍ଧ କରିବା । ଏହା ଲଣ୍ଠନ ଆଲୋକ, ଲେଜର ଲାଇଟ ବା ଉଇସ୍ ଲାଇଟ୍ସ ହୋଇପାରେ । ସଂଶୋଧିତ ବ୍ୟବସ୍ଥା ଅନୁସାରେ ଏହି ‘ଫଲସ୍ ଲାଇଟ’ ପ୍ରଦର୍ଶନ କରିବାର ଅଧିକାର କ୍ଷେତ୍ରକୁ ପାଞ୍ଚଚ କିଲୋମିଟରରୁ ବିମାନ ବନ୍ଦରର ପାଞ୍ଚ ନଟିକାଲ ମାଇଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆହୁରି ମଧ୍ୟ ଏହି ପରିସୀମା ମଧ୍ୟରେ କୌଣସି ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ଯଦି ଫଲସ୍ ଲାଇଟ୍ ପ୍ରଦର୍ଶନ କରନ୍ତି ତା’ ହେଲେ ସରକାର ନିରାପତ୍ତା ଦୃଷ୍ଟିରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । କାରଣ ଏଭଳି ଆଲୋକ ପ୍ରଦର୍ଶନ ଦ୍ୱାରା ବୈମାନିକ ବିଭ୍ରାନ୍ତ ହୋଇପାରନ୍ତି ଏବଂ ବିମାନ ଚଳାଚଳରେ ବିଭ୍ରାଟ ସୃଷ୍ଟି ହୋଇପାରେ । ଯଦି ଏହି ପରିସୀମା ଭିତରେ କେହି ଏଭଳି ଫଲସ୍ ଆଲୋକ ପ୍ରଦର୍ଶନ କରନ୍ତି ଏବଂ ୨୪ଘଣ୍ଟା ପର୍ଯ୍ୟନ୍ତ ଏହା ପ୍ରଦର୍ଶିତ ହୁଏ ତା’ ହେଲେ ସରକାର ସମ୍ପୃକ୍ତ ଇଲାକାରେ ପ୍ରବେଶ କରି ସେହି ଆଲୋକକୁ ଲିଭାଇବାକୁ ନୂଆ ଆଇନ ଦ୍ୱାରା ଅଧିକୃତ ହୋଇଛନ୍ତି । ଆହୁରି ମଧ୍ୟ ଏଭଳି କାର୍ଯ୍ୟ ବିରୋଧରେ ସରକାର ଥାନାରେ ଏତଲା ଦେଇ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ବିରୋଧରେ ଆଇପିସି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।

ଏହି ଆଲୋକର ଉତ୍ସକୁ କର୍ତ୍ତୃପକ୍ଷ ଯଦି ଠାବ କରି ନ ପାରନ୍ତି ବା ତାହା ସ୍ଥାନ ପରିବର୍ତ୍ତନ କରୁଥାଏ, ତା’ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଏୟାର ପୋର୍ଟ ଓ ଏୟାର ଲାଇନ୍ସ କର୍ତ୍ତୃପକ୍ଷ ଥାନା/ପୁଲିସର ସହାୟତା ଲୋଡିପାରିବେ ।

ଆହୁରି ମଧ୍ୟ ୧୧୮ ଧାରାରେ ସଂଶୋଧନ କରାଯାଇ ବିଦେଶୀ ଲାଇସେନ୍ସର ବୈଧତାକୁ ରଦ୍ଦ କରାଯାଇଛି । ଏହା ଫଳରେ ଆନ୍ତର୍ଜାତିକ ବିମାନ ଉଡାଣ ସଂକ୍ରାନ୍ତ ଲାଇସେନ୍ସ ନୀତି ମଧ୍ୟ ଭାରତରେ ଗ୍ରହଣୀୟ ହେବ । ଉଡାଣ କ୍ଷେତ୍ରରେ ପରିବର୍ତ୍ତିତ ଆବଶ୍ୟକତାକୁ ବିଚାରକୁ ନେଇ ଏହି ସଂଶୋଧନ କରାଯାଇଛି । ଏଥି ସହିତ ଏୟାର ଟ୍ରାଫିକ କଣ୍ଟ୍ରୋଲ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ସହିତ ସେମାନଙ୍କର ଦକ୍ଷତା ଓ କର୍ତ୍ତବ୍ୟ ପରାୟଣତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ତେବେ ଏହି ପ୍ରାର୍ଥୀମାନଙ୍କ ନିଯୁକ୍ତି ସର୍ତ୍ତାବଳୀକୁ ଅନେକାଂଶରେ କୋହଳ କରାଯାଇଛି । ସେମାନଙ୍କ ଦକ୍ଷତା ବିକାଶ ଓ ତାଲିମକୁ ସଂଶୋଧିତ ଆଇନରେ ଗୁରୁତ୍ୱ ଦିଆଯାଇଛି । ୧୯୩୭ର ବେସାମରିକ ଉଡାଣ ଆଇନରେ ଯେଉଁସବୁ ସଂଶୋଧନ ଓ ସଂସ୍କାର ଅଣାଯାଇଛି ତାହା ବିମାନ ଉଡାଣ କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତାକୁ ବିଚାରକୁ ନେଇ କରାଯାଇଛି । ଏହା ବ୍ୟତୀତ ସମୟର ଆବଶ୍ୟକତା ଦୃଷ୍ଟିରୁ କେତେକ ପୁରୁଣା ଆଇନ ପରିବର୍ତ୍ତନ ଜରୁରୀ ହୋଇଛି । ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ପରେ ଭାରତୀୟ ବେସାମରିକ ଉଡାଣ କ୍ଷେତ୍ର ସୁଦୃଢ ହେବା ସହିତ ଏହାର ଦକ୍ଷତା ଓ ନିରାପତ୍ତା ବଢିବ । ଏହା ଦ୍ୱାରା ବୈଶ୍ୱିକ ମାନରକ୍ଷା ସହିତ ଉତ୍ତମ ଅଭିବୃଦ୍ଧି ହାସଲ ହେବ ଏବଂ ଭାରତ ଆନ୍ତର୍ଜାତିକ ଉଡାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ । ଏହି କ୍ଷେତ୍ରରେ ବେପାର ବଣିଜ କରିବା ସହଜ ହେବା ସହିତ ଏହା ଅଧିକରୁ ଅଧିକ ପୁଞ୍ଜି ଆକର୍ଷଣ କରି ସମ୍ପୃକ୍ତ ଉଦ୍ୟୋଗକୁ ବିକାଶର ପୂର୍ବଭାଗରେ ରଖିପାରିବ ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ

You Might Also Like

ବାଲିଯାତ୍ରା ଜଗିବେ 60 ପ୍ଲାଟୁନ ପୋଲିସ ଫୋର୍ସ
କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ବୁଧବାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଯୋଗଦେବେ, ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ
ଭାରତ ନୂତନ ଆତ୍ମବିଶ୍ୱାସ ସହିତ ଉପରକୁ ଉଠୁଥିବାରୁ ବିକଶିତ ରାଷ୍ଟ୍ରଗୁଡ଼ିକ ବାଣିଜ୍ୟିକ ସମ୍ପର୍କକୁ ଗଭୀର କରିବାକୁ ଆଗ୍ରହୀ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ବାଂଲାଦେଶ ସାମରିକ ବିମାନ ଦୁର୍ଘଟଣାରେ ଆହତ ଚିକିତ୍ସା ପାଇଁ ଭାରତ ପଠାଇବ ବର୍ନ ବିଶେଷଜ୍ଞ ଚିକିତ୍ସକ ଟିମ୍

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗୀରର ମାସିକ ବୈଠକ
Next Article କନ୍ଧମାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ'' ପାଳିତ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?