
ଗୌହ୍ୱାଟୀ, 10 ଜାନୁଆରୀ (ହି.ସ.) ପୂର୍ବୋତ୍ତରକୁ ତିନି ଦିନିଆ ଗସ୍ତ କରି ମଙ୍ଗଳବାର ରାତିରେ ଗୌହ୍ୱାଟୀରେ ପହଞ୍ଚିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୌହ୍ୱାଟୀ ବୋରଝାଡ ସ୍ଥିତ ଲୋକପ୍ରିୟ ଗୋପିନାଥ ବରଦଲୌ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ପ୍ରଦେଶ ବିଜେପି ଅଧ୍ୟକ୍ଷ ଭବେଶ କଳିତା, ରାଷ୍ଟ୍ରୀୟ ମହାସଚିବ କାମାକ୍ଷା ପ୍ରସାଦ ତାସା, ବିଜେପିର ଆସାମ ରାଜ୍ୟ ପ୍ରଭାରୀ ବୈଜୟନ୍ତ ପଣ୍ଡା ତଥା ଦଳର ନେତା, କାର୍ଯ୍ୟକର୍ତ୍ତା, ସାଂସଦ ଓ ମନ୍ତ୍ରୀ ତାଙ୍କୁ ବିପୁଳ ସ୍ୱାଗତ କରିଥିଲେ ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ରାଜଧାନୀରେ ପଞ୍ଜାବାରୀ ସ୍ଥିତ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଆସାମ ପ୍ରଦେଶ ବିଜେପିର ବର୍ଦ୍ଧିତ କାର୍ଯ୍ୟକାରିଣୀର ଏକ ବୈଠକରେ ସାମିଲ ହେବେ । ବୈଠକରେ ବିଜେପି ଅଧ୍ୟକ୍ଷଙ୍କ ସହିତ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସହିତ ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ, ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ବିଶ୍ୱଶର୍ମାଙ୍କ ସହିତ ବହୁ ବରିଷ୍ଠ ନେତା ଭାଗ ନେବେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
