କାନପୁର, ୩୦ ନଭେମ୍ବର (ହି.ସ.)- ଉତର ପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରକାଶ ଜୟସୱାଲଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ଦଳର ରାଜନେତା ଦୂରଦୂରାନ୍ତରୁ ଆସୁଛନ୍ତି । ସେହିପରି ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ମଧ୍ୟ ପୋଖରପୁରର ଲାଲ ବଙ୍ଗଳା ସ୍ଥିତ ଜୟସୱାଲଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତ ଶୁକ୍ରବାର ଦିନ ପୂର୍ବତନ କୋଇଲା ମନ୍ତ୍ରୀ ଶ୍ରୀପ୍ରକାଶ ଜୟସୱାଲଙ୍କ ଦେହାନ୍ତ ହୋଇଥିଲା । ରବିବାର ଭୈରବ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ଶ୍ରୀପ୍ରକାଶ ଜୟସୱାଲଙ୍କ ଦେହାନ୍ତ ପରେ କାନାଡାରେ ରହୁଥିବା ତାଙ୍କ ପୁଅ ସିଦ୍ଧାର୍ଥଙ୍କ ଆଗମନକୁ ଅପେକ୍ଷା କରାଯାଇଥିଲା । ଆଜି ସକାଳେ ତାଙ୍କର ଆଗମନ ହୋଇଛି । ଶାସକ ଏବଂ ବିରୋଧୀ ଦଳର ବହୁ ସଂଖ୍ୟକ ଲୋକ ଜୟସୱାଲଙ୍କ ବାସଭବନରେ ପହଂଚି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ମଧ୍ୟ ତାଙ୍କର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଂଚିଥିଲେ ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରକାଶଙ୍କ ପାର୍ଥିବ ଶରୀର ମେଷ୍ଟନ ରୋଡରେ ଥିବା କଂଗ୍ରେସ ମୁଖ୍ୟାଳୟରେ ପହଂଚିବ । କଂଗ୍ରେସ ଦଳ ଏବଂ ବିଭିନ୍ନ ଛାମୁଆ ସଂଗଠନର ନେତାମାନେ ସେଠାରେ ଶ୍ରଦ୍ଧାଞ୍ଜଳି ଦେବେ । ସେଠାରୁ ତାଙ୍କ ମରଶରୀରକୁ ଭୈରବ ଘାଟକୁ ନିଆଯିବ, ଯେଉଁଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
