
ଇସଲମାବାଦ, 27 ଡିସେମ୍ବର (ହି.ସ.) ପାକିସ୍ତାନରେ ସାଧାରଣ ନିର୍ବାଚନରେ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ହିନ୍ଦୁ ମହିଳା ଡକ୍ଟର ସବୀରା ପ୍ରକାଶଙ୍କୁ ପ୍ରାର୍ଥୀ କରାଯାଇଛି । 16ତମ ନ୍ୟାସନାଲ ଆସେମ୍ଲି ନିର୍ବାଚନ ଆସନ୍ତା ବର୍ଷ ଫେବୃୟାରୀ 8 ତାରିଖରେ ହେବ ।
ଖବର କାଗଜ ଡନର ରିପୋର୍ଟ ମୁତାବକ ପିପିପି ପକ୍ଷରୁ ଡକ୍ଟର ସବୀରା ପ୍ରକାଶଙ୍କୁ ଖୈବର ପଖ୍ତୁନଖ୍ବା ଅଞ୍ଚଳ ବୁନେର ଜିଲ୍ଲାରୁ ଅଳ୍ପସଂଖ୍ୟକ ସମୁଦାୟର ପ୍ରଥମ ମହିଳା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସବୀରା ପ୍ରକାଶ 2022ରେ ଏବଟାବାଦ ଇଣ୍ଟର ନ୍ୟାସନାଲ ମେଡିକାଲ କଲେଜରେ ଏମବିବିଏସ ପାଠପଢା ଶେଷ କରିଛନ୍ତି । ତାଙ୍କ ପିତା ଡକ୍ଟର ଓମ୍ ପ୍ରକାଶ ନିକଟରେ ଅବସର ନେଇଥିବା ବେଳେ ଗତ 35ବର୍ଷ ଧରି ସେ ଦଳର ସକ୍ରିୟ ସଦସ୍ୟ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
