
ବାଗପତ, 27 ଡିସେମ୍ବର (ହି.ସ.) ବାଗପତ ଜିଲ୍ଲାର ଇଷ୍ଟର୍ଣ୍ଣ ପେରିଫେରଲ ନିକଟରେ ଶ୍ରଦ୍ଧାଳୁଙ୍କ ବସ୍ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ରକ ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 2ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । 8ଜଣ ଲୋକ ଆହତ ହୋଇଛନ୍ତି । ସୂଚନା ପାଇବା ପରେ ଖେକଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।
ବୃନ୍ଦାବନରେ ଶ୍ରୀକୃଷ୍ଣ ଦର୍ଶନ ପାଇଁ ଏକ ମିନି ବସ୍ ପଞ୍ଜାବରୁ ବୃନ୍ଦାବନ ଯାଇଥିଲା । ଗତକାଲି ରାତି ମଙ୍ଗଳବାର ବସଟି ରାତି ପ୍ରାୟ 2ଟା ବେଳେ ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ ୱେରେ ଫେରୁଥିଲା । ଏହି ସମୟରେ ଖେକଡା ଥାନା ଅଞ୍ଚଳରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଲୋକ ପଞ୍ଜାବର ହୋଇଥିବା ବେଳେ 2ଜଣଙ୍କ ମୃତ୍ୟୁ ହୋଇଛି ଏବଂ 8ଜଣ ଆହତ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
