କୋଲକାତା, 26 ଡିସେମ୍ବର – ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ଆହୁରି ଜୋରଦାର କରିବାକୁ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ପଶ୍ଚିମ ବଙ୍ଗ ପହଂଚିଛନ୍ତି । ସୋମବାର ବିଳମ୍ବିତ ରାତ୍ରୀରେ ଉଭୟ ନେତା ଦମଦମ ବିମାନ ବନ୍ଦରରେ ପହଂଚିଥିଲେ । ସେମାନଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିବାକୁ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର, ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ବିଜେପିର ରାଜ୍ୟ ପ୍ରଭାରୀ ମଙ୍ଗଲ ପାଣ୍ଡେ ଓ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
