କୋଲକାତା, 12 ଡିସେମ୍ବର (ହି.ସ.)- ଉତ୍ତର ବଙ୍ଗ ଗସ୍ତର ଶେଷ ଦିନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ବିଜେପିକଚ ନିଶାନା ସାଧିଛନ୍ତି । ସେ କହିଛନ୍ତି ଯେ, ମୁଁ ରାଜନୀତି କମ୍ ଓ ବିକାଶ ଅଧିକ କରେ ।
କାଞ୍ଚନଜଙ୍ଗା ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ, ମୁଁ ରାଜନୀତି କମ, ପ୍ରଗତି ଅଧିକ କରେ । କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ଦିନ ସାରା ଗାଳି ଦେଇଥାନ୍ତି । ଖରାପ ଶବ୍ଦ ଆପଣଙ୍କୁ ଖରାପ ଅନୁଭବ କରାଇଥାଏ ଏବଂ ସକରାତ୍ମକ ଦୃଷ୍ଟିକୋଣକୁ କ୍ଷତି ପହଞ୍ଚାଇଥାଏ ।
ବିଜେପିକୁ ନିଶାନା କରି ମମତା କହିଛନ୍ତି ଯେ, ବିଜେପି ସରକାର ଶୁଣ, ଆମେ ନିର୍ବାଚନ ସମୟରେ କେବଳ 5 କିଲୋ ଚାଉଳ ଓ ଅଟା ଦେଇନଥାଉ । ଆମେ ବର୍ଷ ସାରା ଦେଇଥାଉ । ଉତ୍ତର ବଙ୍ଗ ଆଜି ବଞ୍ଚିତ ନୁହେଁ, ଆଜି ଉତ୍ତର ବଙ୍ଗ ବିକଶିତ । ଛାତି ଫୁଲେଇ ଛିଡାହେବାର ଶକ୍ତି ପାହାଡରେ ଥାଏ ବୋଲି ମମତା କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
