ଲକ୍ଷ୍ନୌ, 17 ନଭେମ୍ବର (ହି.ସ.) ଆଜି ହେଉଛି ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କ ସ୍ମରଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମି, ସ୍ୱରାଜ ତଥା ସ୍ୱଦେଶୀ ପାଇଁ ବିଶେଷ ଆଗ୍ରହୀ, ପଞ୍ଜାବ କେଶରୀ ଲାଲା ଲଜପତ ରାୟ ନିଜର ସବୁକିଛି ବଳି ଦେଇ ମାତୃଭୂମିର ସେବା କରିଥିଲେ । ତାଙ୍କର ବଳିଦାନ ଅସଂଖ୍ୟ ଯୁବକଙ୍କୁ ସ୍ୱାଧୀନତା ସଂଗ୍ରାମରେ ଯୋଡିଥିଲା । ସ୍ୱାଧୀନତା ସଂଗ୍ରାମର ଏଭଳି ମହାନାୟକଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
