କେନ୍ଦୁଝର, 30 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ମଧୁସୂଦନପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ସମାଜସେବୀ ଠକ୍କର ବାପାଙ୍କ ୧୫୭ ତମ ଜୟନ୍ତୀ ପାଳିତ ହୋଇଯାଇଛି।ସମାଜର ତଳସ୍ତରରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତିଙ୍କ ସଶକ୍ତିକରଣ,ସ୍ବାବଲମ୍ବୀ ତଥା ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସେ ଜୀବନବ୍ୟାପୀ କାର୍ଯ୍ୟ କରିଥିଲେ।ଗୁଜୁରାଟରୁ ଆରମ୍ଭ କରି ସାରା ଦେଶରେ ତାଙ୍କରି ଉଦ୍ୟମରେ ବିଭିନ୍ନ ସେବାଶ୍ରମ ଶିକ୍ଷାନୁଷ୍ଠାନ ଗଢି ଉଠିବା ସହିତ ସମାଜରୁ ଭେଦଭାବ ଦୂର ହେବା ଓ ସମାନତା ରକ୍ଷା ଉଦ୍ୟମ ଆରମ୍ଭ ହୋଇଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଘନଶ୍ୟାମ ଡାଙ୍ଗୁଆ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଆମ ଓଡ଼ିଶା ବ୍ଲକ ସଂଯୋଜକ ବିରଞ୍ଚି କୁମାର ବେହେରା ଯୋଗଦେଇଥିଲେ।ଶିକ୍ଷୟତ୍ରୀ କଳ୍ପନା ସୁନା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଅନୁପମା ସାହୁ,ସସ୍ମିତା ସହାୟାଂ, ଶିକ୍ଷକ ବିଜୟ କୁମାର ସେଠୀ,ଯଦୁମଣି ନାୟକ,ଶୁଭାଶିଷ ଜେନା ଓ ଚନ୍ଦ୍ରଶେଖରଙ୍କ ସହିତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA
