ରାୟପୁର, 5 ନଭେମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡରେ ଆସ୍ଥାର କେନ୍ଦ୍ର ଡୋଙ୍ଗରଗଡରେ ପହଞ୍ଚି ମାଆ ବମ୍ଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି । ଏହାପରେ ଚନ୍ଦ୍ରଗିରିରେ ଜୈନ ମୁନି ବିଦ୍ୟାସାଗରଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଆଶୀର୍ବାଦ ନେଇ ଧନ୍ୟ ହୋଇଛି ।
ଏହାପୂର୍ବରୁ ସକାଳେ ପ୍ରଧାନମନ୍ତ୍ରୀ ବମ୍ଲେଶ୍ୱରୀଙ୍କ ଦର୍ଶନ କରିଥିଲେ । ତାଙ୍କ ସହ ଡକ୍ଟର ରମଣ ସିଂ ମଧ୍ୟ ସାମିଲ ଥିଲେ । ପିଏମଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୂରା ମନ୍ଦିର ପରିସରରେ ଥିବା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ମନ୍ଦିରରେ ମିଡିଆ ପ୍ରବେଶ ନିଷେଧ ଥିଲା ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ
