ବଲାଙ୍ଗିର, ୧୧ ନଭେମ୍ବର (ହି.ସ.)- ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି, ପଟୁଆପାଲି, ହରଭଙ୍ଗା ଅଞ୍ଚଳରେ ହନୁମାଙ୍କଡ଼ଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବନ୍ୟଜନ୍ତୁ ପ୍ରଥମେ ହାତୀ, ତାପରେ ବାରାହା ଚାଷୀଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ଚିନ୍ତାର କାରଣ ହୋଇଛନ୍ତି ମାଙ୍କଡ ପଲ। ମାଙ୍କଡ ପଲ ଗାଁ ରେ ପଶି ବାଡ଼ି ବଗିଚାର ଫଳମୂଳ, ପନିପରିବା ଫସଲ ଖାଇ ଟାଣି ଉପାଡି ନଷ୍ଟକରି ଦେଉଛନ୍ତି। ଛପରକୁ ଛପର ଡେଇଁ ଭାଙ୍ଗୁଛନ୍ତି ଘରକୁ ପଶି ଉତ୍ପାତ କରୁଛନ୍ତି। ମୁଖ୍ୟ ରାସ୍ତା ମାନଙ୍କରେ ଡିଆଁଡେଇଁ କରୁଥିବାରୁ ଛୋଟବଡ଼ ଦୁର୍ଘଟଣା ମାନ ଘଟୁ ଥିବାର ନଜିର ରହିଛି। ବନ୍ୟଜନ୍ତୁ ଗାଁମୁହାଁ ହେବାର ମୁଖ୍ୟ କାରଣ ପରିବେଶ ନଷ୍ଟ ଓ ଖାଦ୍ୟଭାବ ବୋଲି ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ପ୍ରଦୀପ୍ତ/ସମନ୍ୱୟ
