
ନୂଆଦିଲ୍ଲୀ, 27 ନଭେମ୍ବର (ହି.ସ.) – ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ଆଜି ମହାରାଷ୍ଟ୍ରର ମୁମ୍ବାଇ ଗସ୍ତ କରିବେ ।
ରାଜ୍ୟର ତାଙ୍କ ଏକଦିବସୀୟ ଗସ୍ତ ଅବସରରେ, ଶ୍ରୀ ଧନଖଡ଼ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ଏହି ଅବସରରେ, ଉପରାଷ୍ଟ୍ରପତି ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଭିତ୍ତିଚିତ୍ରର ଉନ୍ମୋଚନ ମଧ୍ୟ କରିବେ।
ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ
