ଉଜ୍ଜୟିନୀ, 27 ଅକ୍ଟୋବର (ହି.ସ.)- ମଧ୍ୟ ପ୍ରଦେଶର
ଉଜ୍ଜୟିନରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ
ଜ୍ୟୋତିର୍ଲିଙ୍ଗ ବାବା ମହାକାଳଙ୍କର ଏହି ବର୍ଷ କାର୍ତ୍ତିକ–ଅଘାନ ମାସର ପ୍ରଥମ ସବାରି ଆଜି (ସୋମବାର) ବାହାରିବ। ଏଥରର ବିଶେଷତା
ହେଉଛି ଯେ, ଏହି ସବାରିରେ
ମହାକାଳ ମନ୍ଦିର ପରିଚାଳନା ସମିତିର ନିଜସ୍ୱ ବ୍ୟାଣ୍ଡ ମଧ୍ୟ ଯୋଗ ଦେବ। ସବାରି ପାରମ୍ପରିକ ପଥରୁ ହୋଇ ପୁଣି ମନ୍ଦିରରେ ପହଞ୍ଚିବ।
ସୋମବାର ଅପରାହ୍ନ ୪ଟାରେ
କୋଟିତୀର୍ଥ କୁଣ୍ଡ ନିକଟରେ ଅବସ୍ଥିତ ସଭାମଣ୍ଡପରେ ବାବାଙ୍କ ପୂଜା ହେବ ଏବଂ ରୌପ୍ୟ ପାଲିଙ୍କିରେ
ମୁଖାରବିନ୍ଦ ସ୍ଥାପିତ କରାଯିବ। ମନ୍ଦିରର ମୁଖ୍ୟ ଦ୍ୱାରରେ ସଶସ୍ତ୍ର ସଲାମି ପରେ ସବାରି କୋଟ
ମହଲ୍ଲା ଛକ, ଗୁଦରୀ,
ବକ୍ଷୀ ବଜାର, କହାରୱାଡ଼ି ହୋଇ ରାମଘାଟ
ପହଞ୍ଚିବ। ସେଠାରେ ମା ସିପ୍ରା ଏବଂ ବାବା ମହାକାଳଙ୍କ
ପୂଜା, ଅଭିଷେକ ହେବା ପରେ ସବାରି
ପୁଣି ମନ୍ଦିର ପାଇଁ ଯାତ୍ରା କରିବ।
ଫେରିବାରେ ସବାରି
ରାମାନୁଜକୋଟ, ମୋଢ଼ କି ଧର୍ମଶାଳା,
କାର୍ତ୍ତିକ ଚୌକ, ଖାତିକା ମନ୍ଦିର, ସତ୍ୟନାରାୟଣ
ମନ୍ଦିର, ଢାବା ରୋଡ଼,
ଟଙ୍କି ଚୌକ, ଛତ୍ରୀ ଚୌକ, ଗୋପାଳ ମନ୍ଦିର,
ପଟନି ବଜାର, ଗୁଦରୀ ଏବଂ କୋଟ ମହଲ୍ଲା ଛକ ହୋଇ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିବ। ସବାରି ସନ୍ଧ୍ୟା ଆରତି
ପୂର୍ବରୁ ମନ୍ଦିରରେ ପହଞ୍ଚିଯିବ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
