• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > ଆଜି ବାରାଣସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
National

ଆଜି ବାରାଣସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

CliQ INDIA
Last updated: August 2, 2025 1:36 pm
CliQ INDIA
Share
4 Min Read
SHARE

ନୂଆଦିଲ୍ଲୀ, 02 ଅଗଷ୍ଟ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟା ସମୟରେ ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଏହି ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ସହରାଞ୍ଚଳ ବିକାଶ ଏବଂ ସାଂସ୍କୃତିକ ଐତିହ୍ୟ ସମେତ ବହୁବିଧ କ୍ଷେତ୍ର ସହିତ ସମ୍ପର୍କିତ , ଯାହାର ଲକ୍ଷ୍ୟ ହେଉଛି ବାରାଣସୀରେ ସାମଗ୍ରିକ ସହରାଞ୍ଚଳ ରୂପାନ୍ତରଣ, ସାଂସ୍କୃତିକ ପୁନରୁଦ୍ଧାର, ଉନ୍ନତ ସଂଯୋଗୀକରଣ ଏବଂ ଜୀବନର ଗୁଣବତ୍ତା ବୃଦ୍ଧି କରିବା।

ବାରାଣସୀରେ ସଡ଼କ ଯୋଗାଯୋଗକୁ ଉନ୍ନତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେ ବାରାଣସୀ – ଭଦୋହୀ ରାସ୍ତା ଏବଂ ଛିତାଉନି – ଶୂଲ ଟଙ୍କେଶ୍ଵର ରୋଡ ; ଏବଂ ହରଦତ୍ତପୁରରେ ରେଳ ଓଭରବ୍ରିଜ୍ , ଯାହା ଦ୍ୱାରା ମୋହନ ସରାଇ- ଅଦଲପୁରା ରାସ୍ତାରେ ଭିଡ଼ କମ ହେବ, ସେସବୁକୁ ପ୍ରଶସ୍ତ କରିବା ଏବଂ ମଜବୁତ କରିବା ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିବେ । ସେ ଡାଲମଣ୍ଡି , ଲହରତାରା – କୋଟୱା , ଗଙ୍ଗାପୁର, ବାବତପୁର ସମେତ ଅନେକ ଗ୍ରାମୀଣ ଏବଂ ସହରାଞ୍ଚଳ କରିଡରରେ ବ୍ୟାପକ ରାସ୍ତା ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ ଏବଂ ଲେଭଲ କ୍ରସିଂ ୨୨ସି ଏବଂ ଖାଲିସପୁର ୟାର୍ଡରେ ରେଳ ଓଭରବ୍ରିଜ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହି ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ସ୍ମାର୍ଟ ବଣ୍ଟନ ପ୍ରକଳ୍ପ ଅଧୀନରେ ୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଦ୍ୟୁତ୍ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ।

ପର୍ଯ୍ୟଟନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ୮ଟି ନଦୀକୂଳ କୁଚ୍ଚ ଘାଟର ପୁନଃବିକାଶ, କାଳିକା ଧାମରେ ବିକାଶମୂଳକ କାର୍ଯ୍ୟ, ରଙ୍ଗିଲଦାସ କୁଟିଆ , ଶିବପୁରରେ ପୁଷ୍କରିଣୀ ଏବଂ ଘାଟର ସୌନ୍ଦର୍ଯ୍ୟକରଣ ଏବଂ ଦୁର୍ଗାକୁଣ୍ଡର ପୁନରୁଦ୍ଧାର ଏବଂ ଜଳ ବିଶୋଧନ ପ୍ରକଳ୍ପର ଉଦଘାଟନ କରିବେ । ସେ କର୍ଦ୍ଦମେଶ୍ୱର ମହାଦେବ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ; ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମସ୍ଥାନ କରଖିୟାଓଁର ବିକାଶ; ସାରନାଥ, ରିଷି ମାଣ୍ଡଭି ଏବଂ ରାମନଗର ଜୋନରେ ସହର ସୁବିଧା କେନ୍ଦ୍ର; ଲାମାହିରେ ମୁନସି ପ୍ରେମଚାନ୍ଦଙ୍କ ପୈତୃକ ଘରର ପୁନଃବିକାଶ ଏବଂ ଏହାକୁ ସଂଗ୍ରହାଳୟ ଭାବରେ ଉନ୍ନତୀକରଣ କରିବା ପ୍ରକଳ୍ପର ଶିଳାନ୍ୟାସ କରିବେ। ସେ କାଞ୍ଚନପୁରରେ ଏକ ସହରାଞ୍ଚଳ ମିୟାୱାକି ଜଙ୍ଗଲର ବିକାଶ ଏବଂ ସହିଦ ଉଦ୍ୟାନ ଏବଂ 21ଟି ଅନ୍ୟ ପାର୍କର ପୁନଃବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହା ବ୍ୟତୀତ, ସାଂସ୍କୃତିକ ରୂପରେ ମହତ୍ଵପୂର୍ଣ, ରାମକୁଣ୍ଡ, ମନ୍ଦାକିନୀ, ଶଙ୍କୁଲଧାରା ଏବଂ ଅନ୍ୟାନ୍ୟ କୁଣ୍ଡ ସମେତ ବିଭିନ୍ନ କୁଣ୍ଡରେ ଜଳ ବିଶୋଧନ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ , ଏହା ସହିତ ଚାରୋଟି ଭାସମାନ ପୂଜା ମଞ୍ଚ ସ୍ଥାପନ କରିବେ। ଗ୍ରାମାଞ୍ଚଳରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ, ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଅଧୀନରେ ୪୭ଟି ଗ୍ରାମୀଣ ପାନୀୟ ଜଳ ଯୋଜନାର ମଧ୍ୟ ଉଦଘାଟନ କରିବେ।

ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ଦୃଷ୍ଟିକୋଣକୁ ଆଗକୁ ବଢାଇ ନେଇ ପ୍ରଧାନମନ୍ତ୍ରୀ ପୌର ସୀମା ମଧ୍ୟରେ ଥିବା ୫୩ଟି ସ୍କୁଲ କୋଠାର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ କରିବେ। ସେ ଏକ ନୂତନ ଜିଲ୍ଲା ପାଠାଗାର ନିର୍ମାଣ ଏବଂ ଲାଲପୁରର ଜାଖିନିରେ ସରକାରୀ ଉଚ୍ଚ ବିଦ୍ୟାଳୟର ପୁନରୁଦ୍ଧାର ସମେତ ଅନେକ ଶିକ୍ଷାଭିତ୍ତିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟ କର୍କଟ କେନ୍ଦ୍ର ଏବଂ ହୋମି ଭାବା କର୍କଟ ହସ୍ପିଟାଲରେ ରୋବୋଟିକ୍ ସର୍ଜରୀ ଏବଂ ସିଟି ସ୍କାନ ସୁବିଧା ସମେତ ଉନ୍ନତ ଚିକିତ୍ସା ଉପକରଣ ସ୍ଥାପନ କାର୍ଯ୍ୟର ଉଦଘାଟନ କରିବେ। ସେ ଏକ ହୋମିଓପାଥିକ୍ କଲେଜ ଏବଂ ହସ୍ପିଟାଲର ମଧ୍ୟ ଶିଳାନ୍ୟାସ କରିବେ। ଏହା ସହିତ, ସେ ଏକ ପଶୁ ଜନ୍ମ ନିୟନ୍ତ୍ରଣ କେନ୍ଦ୍ର ଏବଂ ସମ୍ପୃକ୍ତ କୁକୁର ଯତ୍ନ କେନ୍ଦ୍ରର ଉଦଘାଟନ କରିବେ।

ବାରାଣସୀରେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ପାଇଁ ତାଙ୍କର ଦୃଷ୍ଟିକୋଣକୁ ଆଗକୁ ବଢାଇ ପ୍ରଧାନମନ୍ତ୍ରୀ ଡକ୍ଟର ଭୀମରାଓ ଆମ୍ବେଦକର ସ୍ପୋର୍ଟ୍ସ ଷ୍ଟାଡିୟମରେ ଏକ ସିନ୍ଥେଟିକ୍ ହକି ପଡିଆ ଉଦଘାଟନ କରିବେ। ଆଇନ ପ୍ରବର୍ତ୍ତନ କର୍ମଚାରୀଙ୍କ ପାଇଁ ସୁବିଧା ବୃଦ୍ଧି କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରାଦେଶିକ ଆର୍ମଡ୍ କନଷ୍ଟାବୁଲରୀ (ପିଏସି) ରାମନଗରରେ ଏକ ୩୦୦ କ୍ଷମତା ବିଶିଷ୍ଟ ବହୁମୁଖୀ ହଲ୍ ଉଦଘାଟନ କରିବେ ଏବଂ କ୍ୱିକ୍ ରେସପନ୍ସ ଟିମ୍ ବାରାକ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

କୃଷକ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ପିଏମ୍ -କିଷାନର ୨୦ତମ କିସ୍ତି ଜାରି କରିବେ। ସାରା ଦେଶରେ ୯.୭ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ସିଧାସଳଖ ସ୍ଥାନାନ୍ତରିତ କରାଯିବ। ଏହା ପ୍ରଦାନ କରାଯିବା ସହିତ, ଯୋଜନା ଆରମ୍ଭ ହେବା ପରଠାରୁ ଏହି ଯୋଜନାରେ ମୋଟ ବଣ୍ଟନ ୩.୯୦ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିବ।

ପ୍ରଧାନମନ୍ତ୍ରୀ କାଶୀ ସଂସଦ ପ୍ରତିଯୋଗିତା ଅଧୀନରେ ସ୍କେଚିଂ ପ୍ରତିଯୋଗିତା, ଚିତ୍ରକଳା ପ୍ରତିଯୋଗିତା, ଫଟୋଗ୍ରାଫି ପ୍ରତିଯୋଗିତା, ଖେଳ – କୁଦ ପ୍ରତିଯୋଗିତା , ଜ୍ଞାନ ପ୍ରତିଯୋଗିତା ଏବଂ ରୋଜଗାର ମେଳା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ପାଇଁ ପଞ୍ଜିକରଣ ପୋର୍ଟାଲର ମଧ୍ୟ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ବିଭିନ୍ନ ଦିବ୍ୟାଙ୍ଗଜନ ଏବଂ ବୟସ୍କ ହିତାଧିକାରୀଙ୍କୁ ୭,୪୦୦ ରୁ ଅଧିକ ସହାୟକ ଉପକରଣ ମଧ୍ୟ ବଣ୍ଟନ କରିବେ।

—————

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

You Might Also Like

ଭଗବାନ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ କଲେ ପିଏମ ମୋଦି | BulletsIn
ପଶ୍ଚିମବଙ୍ଗ ନିର୍ବାଚନ: ୬୩୦ କୋଟିପତି ପ୍ରାର୍ଥୀ, ୨୩% ପ୍ରାର୍ଥୀଙ୍କ ବିରୁଦ୍ଧରେ ମାମଲା
ଆରଜେଡିର ଗୀତଗୁଡ଼ିକ ପ୍ରକାଶ କରେ ଯେ ଜଙ୍ଗଲ ରାଜ୍ ର ପୁନରାବୃତି ପାଇଁ ଏହା କେତେ ହତାଶ : ପ୍ରଧାନମନ୍ତ୍ରୀ
ବିଶ୍ୱ ଶୌଚାଳୟ ଦିବସରେ ପୂରା ଦେଶରେ ଜଳଶକ୍ତି ମନ୍ତ୍ରାଳୟର ଅଭିଯାନ ଆରମ୍ଭ
ନୂଆଦିଲ୍ଲୀରେ ବିଶ୍ୱ ପୁସ୍ତକ ମେଳା ଆଜିଠୁ ଆରମ୍ଭ, ଉଦଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ଆଉରା ଫାର୍ମିଂ, ବ୍ରେନରଟ୍ ଏବଂ ପିଢ଼ିଗତ ସଚେତନତା | BulletsIn
Next Article ଆଜି ଆଇସିଏଆର-ସିଫାଠାରେ ପିଏମ୍-କିଷାନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?