ନୂଆଦିଲ୍ଲୀ, 19 ଅଗଷ୍ଟ (ହି.ସ.)- ବୈଦେଶିକ
ମନ୍ତ୍ରୀ ଡ. ଏସ୍. ଜୟଶଂକର ଆଜିଠୁ ଦୁଇଦିନିଆ ରୁଷକୁ ଏକ ସରକାରୀ ଗସ୍ତରେ ରହିବେ। ଏହି ଗସ୍ତର
ଉଦ୍ଦେଶ୍ୟ ହେଉଛି ଦୀର୍ଘକାଳୀନ ଓ ପରୀକ୍ଷିତ ଭାରତ-ରୁଷ ବିଶେଷ ଓ ବିଶେଷାଧିକାର ମିଳିଥିବା କୂଟନୈତିକ
ଭାଗିଦାରୀକୁ ଆଉ ଅଧିକ ଶକ୍ତିଶାଳୀ କରିବା।
ବିଦେଶ ମନ୍ତ୍ରଣାଳୟ ଅନୁସାରେ,
୨୦ ଅଗଷ୍ଟରେ ଡ଼. ଜୟଶଂକର ବ୍ୟବସାୟ,
ଅର୍ଥନୈତିକ, ବୈଜ୍ଞାନିକ, ପ୍ରଯୁକ୍ତି ଓ
ସାଂସ୍କୃତିକ ସହଯୋଗ ବିଷୟରେ ଭାରତ-ରୁଷ ଆନ୍ତଃ-ସରକାରୀ ଆୟୋଗର ୨୬ତମ ଅଧିବେଶନର ସହ-ଅଧ୍ୟକ୍ଷତା
କରିବେ।
ସେ ମସ୍କୋରେ ହେବାକୁ ଥିବା
ଭାରତ-ରୁଷ ବ୍ୟବସାୟ ମଞ୍ଚରେ ମଧ୍ୟ ଭାଷଣ ଦେବେ। ଏହି ଗସ୍ତ ସମୟରେ ବିଦେଶ ମନ୍ତ୍ରୀ ରୁଷର ବିଦେଶ
ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ମଧ୍ୟ ଭେଟିବେ ଓ ଦ୍ୱିପାକ୍ଷିକ ଏଜେଣ୍ଡାର ସମୀକ୍ଷା କରିବେ,
ସେଥିରେ ଆଞ୍ଚଳିକ ଓ ବିଶ୍ୱ ସ୍ତରୀୟ ବିଷୟବସ୍ତୁ ଉପରେ ମତ ଅଦାନ-ପ୍ରଦାନ
କରିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
