ଜାମ୍ମୁ, 7 ଜୁଲାଇ (ହି.ସ)-ବହୁସ୍ତରୀୟ ସୁରକ୍ଷା କବଚ ମଧ୍ୟରେ8,605 ଶ୍ରଦ୍ଧାଳୁ ଅମରନାଥ ତୀର୍ଥଯାତ୍ରା ପାଇଁ
ସୋମବାର ସକାଳେ ଜାମ୍ମୁର ଭଗବତୀ ନଗର ଆଧାର ଶିବିରରୁ ବାହାରିଛନ୍ତି।ଅଧିକାରୀମାନେ କହିଛନ୍ତି ଯେ
38 ଦିନିଆ ଯାତ୍ରା ଆରମ୍ଭ ହେବାପରଠାରୁ ଏପର୍ଯ୍ୟନ୍ତ 70 ହଜାରରୁ ଅଧିକ ତୀର୍ଥଯାତ୍ରୀ 3,880
ମିଟରର ଉଚ୍ଚତାରେ ଅବସ୍ଥିତ ଶ୍ରୀ ଅମରନାଥଙ୍କ ପବିତ୍ର ଗୁମ୍ଫା ପରିଦର୍ଶନ କରିଛନ୍ତି।ଏହିଯାତ୍ରା3 ଜୁଲାଇରେ ଅନନ୍ତନାଗ ଜିଲ୍ଲାରଏବଂ ଗାନ୍ଦରବଳ
ଜିଲ୍ଲାର ବାଲଟାଲରୁ ଆରମ୍ଭ ହୋଇଥିଲା।ଅଧିକାରୀମାନେ କହିଛନ୍ତି ଯେ8,605 ତୀର୍ଥଯାତ୍ରୀଙ୍କ ଷଷ୍ଠ ଦଳ ,ଯେଉଁଥିରେ 6486
ପୁରୁଷ ,1826 ମହିଳା ,42 ଶିଶୁ ଏବଂ 251 ସାଧୁ ଓ ସାଧ୍ୱିୀ ସାମିଲ ଥିଲେ, କଡା ସୁରକ୍ଷା
ବ୍ୟବସ୍ଥାମଧ୍ୟରେ ଆଜି ସକାଳ 3.30 ଏବଂ 4.25
ସମୟରେ ଜାମ୍ମୁରଭଗବତୀ ନଗର ଆଧାର ଶିବିରରୁ 372ଟି
ଗାଡିରେ କାଶ୍ମୀରର ଯୋଡା ଆଧାର ଶିବିରକୁ ଯାତ୍ରା କରିଥିଲେ।
—————
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା
