ଚଣ୍ଡିଗଡ, 13 ଏପ୍ରିଲ – ଶିରୋମଣି ଅକାଳି ଦଳ ପଂଜାବର 13ଟି ଆସନରୁ 7ଟି ଲୋକସଭା ସିଟରେ ପ୍ରାର୍ଥୀ ଘୋଷଣା କରିଛି । ପାର୍ଟି ପ୍ରବକ୍ତା ତଥା ପୂର୍ବତନ ମନ୍ତ୍ରୀ ଦଳଜିତ ସିଂହ ଚିମା ଶନିବାର ଟ୍ୱିଟ କରି କହିଛନ୍ତି ଯେ, ପାର୍ଟିର କୋର କମିଟିର ନିର୍ଣ୍ଣୟ ଅନୁସାରେ ଖାଲସା ସ୍ଥାପନା ଦିବସ ଅବସରରେ 7ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରାଯାଇଛି ।
ଏହି ତାଲିକା ଅନୁସାରେ ଗୁରୁଦାସପୁର ଲୋକସଭା ସିଟରୁ ଡ.ଦଳଜିତ ସିଂହ ଚିମା, ଆନନ୍ଦପୁର ସାହିବରୁ ପ୍ରୋ.ପ୍ରେମ ସିଂହ ଚନ୍ଦୁମାଜରା, ପଟିୟାଲା ଲୋକସଭାରୁ ଏନକେ ଶର୍ମା, ଅମୃତସର ସାହିବ ସିଟରୁ ଅନିଲ ଜୋଶୀ, ଫତେହଗଡ ସାହିବ ଲୋକସଭା ସିଟରୁ ବିକ୍ରମ ସିଂହ ଖାଲସା, ଫରିଦକୋଟ ଲୋକସଭା ସିଟରୁ ରାଜବିନ୍ଦର ସିଂହ ତଥା ସଙ୍ଗୁରର ଲୋକସଭା ସିଟରୁ ଇକବାଲ ସିଂହ ନିର୍ବାଚନ ମୈଦାନକୁ ଓହ୍ଲାଯାଇଛି ।
