ଭୁବନେଶ୍ୱର, ୩୦ ନଭେମ୍ବର (ହି.ସ)- ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆସନ୍ତାକାଲି (ସୋମବାର)ଠାରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ। ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। ଅନଲାଇନରେ କେବଳ ୨ ହଜାର ଟିକେଟ୍ ବିକ୍ରି କରାଯିବ। ଏଥର ୪୨ ହଜାର ଦର୍ଶକ ମ୍ୟାଚ୍ ଦେଖି ପାରିବେ। ମୋଟ ୨୩ ହଜାର ଟିକେଟ୍ ବିକ୍ରି ହେବ ଏବଂ ୧୮ ହଜାର ୪ଶହ କମ୍ପ୍ଲିମେଂଟାରୀ ପାସ୍ ରହିବ।
ଡିସେମ୍ବର ୫ ତାରିଖରେ କାଉଂଟରରେ ଟିକେଟ ବିକ୍ରି ହେବ। ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ କିଣି ପାରିବେ। ଗତ ମ୍ୟାଚ୍ ର ଟିକେଟ୍ ବିଭ୍ରାଟକୁ ଦେଖି ଏଥର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
ଟିକେଟ୍ ଦର ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ୧ ଓ ୩ ଗ୍ୟାଲେରୀ ର ଦାମ୍୧୧ଶହ ଟଙ୍କା, ୨ ଓ ୪ ଗ୍ୟାଲେରୀର ଦାମ୍ ୯ ଶହ ଟଙ୍କା ରହିଛି। ସେହିପରି ୫ ନଂ ଗ୍ୟାଲେରୀ ୧୨ ଶହ ଟଙ୍କା ଓ ୭ ନଂ ଗ୍ୟାଲେରୀ ଟିକେଟ୍ ୭ ଶହ ଟଙ୍କା , ସ୍ପେଶାଲ୍ ଏନ୍କ୍ଲୋଜର ୬ ହଜାର ଟଙ୍କା, ଏସି ବକ୍ସ ୮ ହଜାର ଟଙ୍କା , ନ୍ୟୁ ପ୍ୟାଭିଲିଅନ୍ ୧୦ ହଜର ଓ କର୍ପୋରେଟ୍ ବକ୍ସ ୨୦ ହଜାର ଟଙ୍କା ରହିଛି।
ସୂଚନାଯୋଗ୍ୟ ଯେ ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ – ସାଉଥ ଆଫ୍ରିକା ମଧ୍ୟରେ ଟି -୨୦ ମ୍ୟାଚ୍ ଖେଳାଯିବ।
—————
ହିନ୍ଦୁସ୍ଥାନ ସମାଚାର / ବନ୍ଦନା
