ନୂଆଦିଲ୍ଲୀ, 30 ନଭେମ୍ବର (ହି.ସ.)- ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ
ହୋଇଥିବା ସର୍ବଦଳୀୟ ବୈଠକରେ ବିରୋଧୀ ପକ୍ଷରୁ ଆଜି ସରକାରଙ୍କ ସମ୍ମୁଖରେ ଦେଶର ସୁରକ୍ଷା, ଲୋକତନ୍ତ୍ର ଓ
ତାହାର ଗଠନାତ୍ମକ ଢାଞ୍ଚା ଉପରେ ହେଉଥିବା ଆକ୍ରମଣ ଭଳି ବିଷୟ ଉଠାଯାଇଛି ।
ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ
ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଶୀତକାଳୀନ ଅଧିବେଶନ ଛୋଟ ହେବା ଉପରେ ପ୍ରଶ୍ନ
ଉଠାଇଥିଲେ। ସେ କହିଛନ୍ତି ଯେ ଏହି ଅଧିବେଶନରେ କେବଳ 15ଟି ବୈଠକ ହେବ। ଏହା ସମ୍ଭବତଃ
ଏପର୍ଯ୍ୟନ୍ତର ସବୁଠାରୁ ଛୋଟ ଅଧିବେଶନ ହେବ। ଏହାଦ୍ୱାରା ସରକାରର ଗମ୍ଭୀରତା ଜଣାପଡୁଛି। ଅଧିବେଶନ
ଆୟୋଜନରେ ମଧ୍ୟ ଅନାବଶ୍ୟକ ବିଳମ୍ବ କରାଯାଇଛି। ଏଥିରୁ ଲାଗୁଛି ଯେ ଗଣତନ୍ତ୍ର ଓ ସଂସଦୀୟ
ମର୍ଯ୍ୟାଦାକୁ ସମାପ୍ତ କରିବାର ଚେଷ୍ଟା ହେଉଛି।
ସେ କହିଛନ୍ତି ଯେ ବିରୋଧୀ ପକ୍ଷରୁ ସୁରକ୍ଷା ବିଷୟଟି
ମୁଖ୍ୟତଃ ଉଠାଯାଇଛି। ଦିଲ୍ଲୀରେ ଘଟିଥିବା ବୋମ୍ ବିସ୍ଫୋରଣ ଆଇନ-ଶୃଙ୍ଖଳାର ବିଫଳତାର ଏକ
ଉଦାହରଣ। ସରକାର ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଛୋଟ ଆଲୋଚନା କରିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି।
ଏହା ବ୍ୟତୀତ ବାୟୁ ପ୍ରଦୂଷଣ, କୃଷକ ଓ ଶ୍ରମିକଙ୍କ ଆୟ, ପ୍ରାକୃତିକ ବିପଦ
ଭଳି ବିଷୟମାନେ ଚ୍ୟାଲେଞ୍ଜ ହୋଇ ରହିଛି ଓ ସରକାର ଏଥି ପାଇଁ କିଛି କରୁ ନାହାନ୍ତି।
ସେ କହିଛନ୍ତି ଯେ ଦେଶର ବିଦେଶ ନୀତି ମଧ୍ୟ ପ୍ରଭାବିତ
ହେଉଛି ଏବଂ ଅନ୍ୟ ଏକ ଦେଶର କହିବାରେ ରୁଷିଆରୁ ତେଲ ଆମଦାନୀ ବନ୍ଦ କରାଯାଉଛି। ଦେଶରେ
ଲୋକମାନଙ୍କ ତଥ୍ୟ (ଡାଟା) ମଧ୍ୟ ସୁରକ୍ଷିତ ନୁହେଁ ଏବଂ ସରକାର ମଧ୍ୟ ଏଆଇପାଇଁ ପ୍ରସ୍ତୁତ
ନୁହେଁ।
ସେ କହିଛନ୍ତି ଯେ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ
ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ବିରୋଧୀ ଦଳ ବୈଠକ ହେବ ଓ ଆଗାମୀ କାର୍ଯ୍ୟନୀତି
ନିର୍ଦ୍ଧାରିତ କରାଯିବ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
