• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > National > କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ ଉଦଘାଟନ
National

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ ଉଦଘାଟନ

CliQ INDIA
Last updated: September 24, 2025 9:35 am
CliQ INDIA
Share
8 Min Read
SHARE

ପ୍ରଧାନମନ୍ତ୍ରୀଙ୍କ ‘ମାଇଣ୍ଡ ଟୁ ମାର୍କେଟ୍ ମନ୍ତ୍ରକୁ ସାକାର କରିବ ଏହି ସମ୍ମିଳନୀ

ନୂଆଦିଲ୍ଲୀ, 23 ସେପ୍ଟେମ୍ବର (ହି.ସ.) କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟର ଗାନ୍ଧୀନଗରରେ ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ର ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଶ୍ରୀ ଶାହ କହିଥିଲେ ଯେ, ଏହି ସମ୍ମିଳନୀରେ ଷ୍ଟାର୍ଟଅପ୍ ଜଗତରେ ଭାରତର ପରିଚୟ ପ୍ରତିଷ୍ଠା କରିବା ଏବଂ ଆହ୍ୱାନର ସମାଧାନ ଖୋଜିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଶନର ସମସ୍ତ ଦିଗ ଉପରେ ବିଚାର-ବିମର୍ଶ କରାଯିବ। ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ତିନୋଟି ମନ୍ତ୍ର: ନବସୃଜନ, ଆଗକୁବଢିବା ଏବଂ ଗତିଦେବା । ଦୁଇ ଦିନ ମଧ୍ୟରେ, ବିଭିନ୍ନ ବିଷୟ ଉପରେ ସାତଟି ଅଧିବେଶନରେ ଆଲୋଚନା ଅନୁଷ୍ଠିତ ହେବ, ଯାହା ଉଦୀୟମାନ ଷ୍ଟାର୍ଟଅପ୍ ଗୁଡ଼ିକୁ ନିବେଶକଙ୍କ ସହ ଯୋଡ଼ିବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଇଣ୍ଡ ଟୁ ମାର୍କେଟ୍ ମନ୍ତ୍ରକୁ ସାକାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ସେ କରିଥିଲେ, ଏହି କାର୍ଯ୍ୟକ୍ରମ ସମୟରେ ଭାରତୀୟ ଜ୍ଞାନ ବ୍ୟବସ୍ଥାର ସଂକଳନ ମଧ୍ୟ ଆରମ୍ଭ କରାଯାଇଥିଲା। ଏହି ବ୍ୟବସ୍ଥାରେ ଆୟୁର୍ବେଦ, ଶାସ୍ତ୍ରୀୟ କଳା, ସ୍ଥାପତ୍ୟ, ଗଣିତ, ଦର୍ଶନ, ବିଜ୍ଞାନ, ମହାକାଶ ଏବଂ ପରିବେଶ ଭଳି କ୍ଷେତ୍ରରେ ବିଶ୍ୱର ସର୍ବଶ୍ରେଷ୍ଠ ଜ୍ଞାନ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ନୂତନ ଶିକ୍ଷା ନୀତି ମାଧ୍ୟମରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ଉପରେ ଗବେଷଣା ଏବଂ ଅଧ୍ୟୟନ ପାଇଁ ଏକ ଭର୍ଟିକାଲ ସୃଷ୍ଟି କରିଛନ୍ତି, ଯାହା ଭାରତର ଯୁବକମାନଙ୍କ ପାଇଁ ଏହି ଭଣ୍ଡାର ଖୋଲିଛି। ଏହି ଜ୍ଞାନର ଲାଭ ଉଠାଇ ଯୁବ ଭାରତୀୟମାନେ ବିଶ୍ୱସ୍ତରୀୟ ଗବେଷଣା କରିପାରିବେ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ୨୦୧୪ ପୂର୍ବରୁ ଭାରତୀୟ ଯୁବକମାନଙ୍କୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ନବସୃଜନ କରିବା, ଗବେଷଣା କରିବା କିମ୍ବା ସେମାନଙ୍କ ବିଚାରକୁ କାର୍ଯ୍ୟକାରୀ କରିବା ପାଇଁ ଦେଶ ଛାଡ଼ିବାକୁ ପଡ଼ୁଥିଲା। ୨୦୦୦ ମସିହାରେ, ଭାରତରେ ଷ୍ଟାର୍ଟଅପ୍, ସିଷ୍ଟମ୍ କିମ୍ବା ଇକୋସିଷ୍ଟମ୍ ବିଷୟରେ କୌଣସି ଧାରଣା ନଥିଲା। ୨୦୧୪ ସୁଦ୍ଧା, ୫୦୦ରୁ କମ୍ ଷ୍ଟାର୍ଟଅପ୍ ଥିଲା, ଏବଂ ଷ୍ଟାର୍ଟଅପ୍ ସ୍ୱପ୍ନ କେବଳ ସମୃଦ୍ଧ ପୃଷ୍ଠଭୂମିର ପିଲାମାନଙ୍କ ପାଇଁ ସମ୍ଭବ ଥିଲା। ସେ ଗୁରୁତ୍ୱାରୋପ କରିଥିଲେ, ବିଗତ ଦଶ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ରେ ଷ୍ଟାର୍ଟଅପ୍ ଇଣ୍ଡିଆର ଶୁଭାରମ୍ଭ କରିଥିଲେ ଏବଂ ଆଜି ଭାରତ ଏକ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ନିର୍ମାଣ କରିବାରେ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶରେ ପରିଣତ ହୋଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଯୁବକମାନଙ୍କୁ ନିଯୁକ୍ତି ସନ୍ଧାନକାରୀରୁ ନିଯୁକ୍ତି ସୃଷ୍ଟିକାରୀରେ ପରିଣତ କରିବାର ସ୍ୱପ୍ନ ପୂରଣ କରିଛନ୍ତି। ସେ ଷ୍ଟାର୍ଟଅପ୍ ଗୁଡ଼ିକୁ କେବଳ ଲାଭ ଅର୍ଜନ କରୁଥିବା ସଂସ୍ଥାଗୁଡ଼ିକ ଠାରୁ ଆଗକୁ ବଢ଼ାଇ ସେମାନଙ୍କୁ ଆତ୍ମନିର୍ଭରଶୀଳତାର ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣରେ ପରିଣତ କରିଛନ୍ତି। ଷ୍ଟାର୍ଟଅପ୍ ଇକୋସିଷ୍ଟମ ଦେଶର ଅନେକ ଆହ୍ୱାନର ମୁକାବିଲା କରିବା, ନବସୃଜନକୁ ତ୍ୱରାନ୍ୱିତ କରିବା ଏବଂ ଯୁବ ସୃଜନଶୀଳତା ପାଇଁ ସୁଯୋଗ ପ୍ରଦାନ କରିବା ପାଇଁ ଏକ ପ୍ଲାଟଫର୍ମରେ ପରିଣତ ହୋଇଛି।

ଶ୍ରୀ ଶାହ କହିଥିଲେ, ୨୦୧୬ରୁ ୨୦୨୪ ପର୍ଯ୍ୟନ୍ତ ଆଠ ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଅଧିକନ୍ତୁ, ଗତ ଦଶ ବର୍ଷ ମଧ୍ୟରେ, ଭାରତ ତୃତୀୟ ସର୍ବବୃହତ ଡିଜିଟାଲ ଇକୋସିଷ୍ଟମ ଭାବେ ମଧ୍ୟ ଉଭା ହୋଇଛି, ଯାହା ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସଶକ୍ତ କରିଛି। ଡିଜିଟାଲ ଇକୋସିଷ୍ଟମ ଦ୍ରୁତ ଗତିରେ ଯୁବକମାନଙ୍କ ବିଚାର, ଦୂରଦୃଷ୍ଟି ଏବଂ ସାହସକୁ ଦେଶ ତଥା ବିଶ୍ୱର ଅଗ୍ରଭାଗକୁ ଆଣିଥାଏ। ୨୦୧୫ରେ ବିଶ୍ୱ ନବସୃଜନ ସୂଚକାଙ୍କରେ ଭାରତର ସ୍ଥାନ ୯୧ତମ ଥିଲା ଏବଂ ଆଜି ଏହା ୩୮ତମ ସ୍ଥାନରେ ପହଞ୍ଚିଛି। ସେ କହିଥିଲେ, ଆଗାମୀ ତିନି ବର୍ଷ ମଧ୍ୟରେ ଭାରତ ବିଶ୍ୱ ନବସୃଜନ ସୂଚକାଙ୍କରେ ଶ୍ରେଷ୍ଠ ଦଶଟି ଦେଶ ମଧ୍ୟରେ ସ୍ଥାନ ପାଇବ ଏବଂ ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱ ନବସୃଜନର ନେତୃତ୍ୱ ନେବ।

ଶ୍ରୀ ଶାହ କହିଛନ୍ତି, ମୋଦୀ ସରକାରଙ୍କ ୧୧ ବର୍ଷର କାର୍ଯ୍ୟକାଳରେ ଦେଶରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯେଉଁଥିରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ସମ୍ପ୍ରସାରଣ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ପ୍ରୟାସ କରାଯାଇଛି। ଏହି ସମ୍ପ୍ରସାରଣର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଇକୋସିଷ୍ଟମ ସହିତ ଛାତ୍ରଛାତ୍ରୀ ଏବଂ ଯୁବକମାନଙ୍କୁ ମଧ୍ୟ ଯାଉଛି। ସେ କହିଥିଲେ, ଷ୍ଟାର୍ଟଅପ୍ ସଂଖ୍ୟା ୨୦୧୪ରେ ୫୦୦ରୁ ବୃଦ୍ଧି ପାଇ ଆଜି ୧ ଲକ୍ଷ ୯୨ ହଜାରରେ ପହଞ୍ଚିଛି, ଯାହାକି ୩୮୦ ଗୁଣ ବୃଦ୍ଧି ପାଇଛି। ସେହିଭଳି, ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ସଂଖ୍ୟା ୨୦୧୪ ମସିହାରେ ମାତ୍ର ୪ ରୁ ଆଜି ୧୨୦ ରୁ ଅଧିକକୁ ବୃଦ୍ଧି ପାଇଛି, ଯାହାର ମୋଟ ମୂଲ୍ୟ ୩୫୦ ବିଲିୟନ ଡଲାରରୁ ଅଧିକ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଇକୋସିଷ୍ଟମର ଲାଭ ଉଠାଇବା ଦ୍ୱାରା, ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ସୃଷ୍ଟି କରିବା ପାଇଁ ପ୍ରତିଭାମାନଙ୍କୁ କିପରି ଉପଯୋଗ କରାଯାଇପାରିବ ତାହା ଏହା ଦର୍ଶାଉଛି। ପ୍ରତ୍ୟେକ ଦିଗରେ ସମ୍ପ୍ରସାରଣ ପାଇଁ ଷ୍ଟାର୍ଟଅପ୍ ସହିତ ସହଯୋଗ କରିବାକୁ ସେ ଶିଳ୍ପ ଅଂଶୀଦାରମାନଙ୍କୁ ଅନୁରୋଧ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଭାରତରେ ବର୍ତ୍ତମାନ ଆଇ. ଟି. କ୍ଷେତ୍ରରେ ୨୧,୦୦୦ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୭,୦୦୦ ଷ୍ଟାର୍ଟଅପ୍ ରହିଛି। ଅଧିକନ୍ତୁ, କୃଷି, ସେବା କ୍ଷେତ୍ର ଏବଂ ଶିକ୍ଷା କ୍ଷେତ୍ରରେ ୧୧,୦୦୦ଟି ଲେଖାଏଁ ଷ୍ଟାର୍ଟଅପ୍ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ଷ୍ଟାର୍ଟଅପ୍ଗୁଡ଼ିକ ଭାରତର ୭୭୦ଟି ଜିଲ୍ଲାକୁ ସେମାନଙ୍କର ପ୍ରସାର ବିସ୍ତାର କରିଛନ୍ତି, ଯାହା ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମର ଶକ୍ତିକୁ ଦର୍ଶାଉଛି। ଅଧିକନ୍ତୁ, ୪୮% ଷ୍ଟାର୍ଟଅପ୍ ମହିଳାମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ଉତ୍ତର-ପୂର୍ବରେ ୯୦୦ ଷ୍ଟାର୍ଟଅପ୍ ମହିଳାମାନଙ୍କ ଦ୍ୱାରା ପରିଚାଳିତ। ଶ୍ରୀ ଶାହ କହିଥିଲେ ଯେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏପର୍ଯ୍ୟନ୍ତ ୧୭.୯ ଲକ୍ଷ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛି।

ଶ୍ରୀ ଶାହ କହିଛନ୍ତି, ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍ ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିଛନ୍ତି ଏବଂ ସେମାନଙ୍କର ଅଭିବୃଦ୍ଧି ପାଇଁ ଆର୍ଥିକ, ନୀତି, ଭିତ୍ତିଭୂମି, ବ୍ୟାଙ୍କିଙ୍ଗ୍ ଏବଂ ଶିଳ୍ପ ସହାୟତା ପ୍ରଦାନ କରିଛନ୍ତି। ୧୦ ହଜାର କୋଟି ଟଙ୍କାର ପାଣ୍ଠି ପ୍ରତିଷ୍ଠା କରାଯାଇଛି, ୯୪୫ କୋଟି ଟଙ୍କାର ଏକ ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ପାଣ୍ଠି ଆରମ୍ଭ କରାଯାଇଛି, ସର୍ବାଧିକ ଋଣ ସୀମାକୁ ୧୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଧାରଣାର ପ୍ରମାଣ ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମଞ୍ଜୁର କରାଯାଇଛି ଏବଂ ପ୍ରୋଟୋଟାଇପ୍ ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ମଞ୍ଜୁର କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ମେକ୍ ଇନ୍ ଇଣ୍ଡିଆର ଶୁଭାରମ୍ଭ କରିଛନ୍ତି, ୧୪ଟି ପ୍ରମୁଖ କ୍ଷେତ୍ରରେ ପିଏଲଆଇ ଯୋଜନା ଆରମ୍ଭ କରିଛନ୍ତି। ୪୦,୦୦୦ରୁ ଅଧିକ ଅନୁପାଳନକୁ ହଟାଇ ଦେଇଛନ୍ତି ଏବଂ ୩୪୦୦ରୁ ଅଧିକ ଆଇନକୁ ଅପରାଧିକ ଆଇନର ଶ୍ରେଣୀରୁ ହଟାଇ ଦେଇଛନ୍ତି।

ଶ୍ରୀ ଅମିତ ଶାହ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଅନ୍ୟ କେହି ଜିଏସଟିକୁ ସରଳ ଏବଂ ସଂସ୍କାର କରିପାରି ନଥିଲେ। ଦୀର୍ଘ ସମୟ ପରେ ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଜଣେ ନେତାଙ୍କୁ ଦେଖିଛି, ଯାହାଙ୍କ ଉପରେ ଉଭୟ ଟିକସଦାତା ଏବଂ ଜନସାଧାରଣ ବିଶ୍ୱାସ କରିପାରିବେ। ସେ ଉଲ୍ଲେଖ କରିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ଅତ୍ୟନ୍ତ ସାହସର ସହିତ ଏବଂ ସମସ୍ତ ରାଜ୍ୟକୁ ସାଙ୍ଗରେ ନେଇ ଜିଏସଟିକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ଜିଏସଟି ସଂଗ୍ରହ ୮୦,୦୦୦ କୋଟି ଟଙ୍କାରୁ ଆରମ୍ଭ ହୋଇ ଆଜି ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ଜିଏସଟି ସଂସ୍କାର ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସାମଗ୍ରୀର ମୂଲ୍ୟ ଅଧା, ଏକ ତୃତୀୟାଂଶ ଏବଂ ଏପରିକି କେତେକ କ୍ଷେତ୍ରରେ ଶୂନ୍ୟକୁ ହ୍ରାସ କରିଛନ୍ତି। ଜିଏସଟି ସଂସ୍କାର ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ଦର୍ଶାଇଛନ୍ତି ଯେ, ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଦେଶ ଚଳାଇବା ପାଇଁ ରାଜସ୍ୱ ବୃଦ୍ଧି କରିବା, ଲୋକଙ୍କୁ ଶୋଷଣ କରିବା ନୁହେଁ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଭାରତର ସ୍ୱାଧୀନତା ପରଠାରୁ, ଜନସାଧାରଣ ପ୍ରଥମ ଥର ପାଇଁ ଏତେ ବଡ଼ ଟିକସ ହ୍ରାସ ଦେଖୁଛନ୍ତି। ସେ କହିଥିଲେ ଯେ ଜିଏସଟି ସଂସ୍କାର ହେଉଛି ଟିକସଦାତା ଏବଂ ସରକାରଙ୍କ ମଧ୍ୟରେ ବିଶ୍ୱାସର ସେତୁ। ଶ୍ରୀ ଶାହ ସ୍ମରଣ କରାଇଦେଲେ ଯେ ମୋଦୀ ସରକାର କ୍ଷମତାକୁ ଆସିବା ସମୟରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସ ମୁକ୍ତ ଥିଲା, କିନ୍ତୁ ଆଜି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଶୂନ ଟିକସ ଲାଗୁ କରାଯାଇଛି। ସେ କହିଥିଲେ ଏହି ଦୁଇଟି ଉଦାହରଣ ଦର୍ଶାଉଛି ଯେ, ସରକାର ଶୋଷଣ ପାଇଁ ନୁହେଁ, ବରଂ ଲୋକଙ୍କ ପାଇଁ, ଦେଶର ବିକାଶ ପାଇଁ ଏବଂ ଆତ୍ମନିର୍ଭରଶୀଳତା ପାଇଁ ଟିକସ ଆଦାୟ କରନ୍ତି। ଶ୍ରୀ ଶାହ କହିଥିଲେ, ତାଙ୍କର ଏହି ପଦକ୍ଷେପ ଆଗାମୀ ଦଶନ୍ଧି ଧରି ଟିକସଦାତା ଏବଂ ଭାରତ ସରକାରଙ୍କ ମଧ୍ୟରେ ବିଶ୍ୱାସର ସେତୁ ଭାବେ କାର୍ଯ୍ୟ କରିବ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ଗତ ଚାରି ବର୍ଷ ଧରି ଗୁଜରାଟ କ୍ରମାଗତ ଭାବେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଗୁଜରାଟକୁ ଷ୍ଟାର୍ଟଅପ୍ ବିପ୍ଳବର କେନ୍ଦ୍ରରେ ପରିଣତ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପନାକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ପ୍ରଶଂସା କରିଥିଲେ । ୧୬,୦୦୦ ଷ୍ଟାର୍ଟଅପ୍ ସହିତ ଗୁଜରାଟ ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ରହିଛି ଏବଂ ୬୬୫୦ ଷ୍ଟାର୍ଟଅପ୍ ସହିତ ଅହମ୍ମଦାବାଦ ଶ୍ରେଷ୍ଠ ଚାରିଟି ସହର ମଧ୍ୟରେ ରହିଛି । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ଭାରତର ଉଦୀୟମାନ ଶିଳ୍ପଗୁଡ଼ିକ ମଧ୍ୟରେ ଷ୍ଟାର୍ଟଅପ୍ ହେଉଛି ଅଗ୍ରଣୀ କ୍ଷେତ୍ର ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏହି କ୍ଷେତ୍ରର ଗତି, ଆକାର, ପରିସର ଏବଂ ମାତ୍ରା ବୃଦ୍ଧି କରିବାର ପରିକଳ୍ପନା କରିଥିଲେ-ଯାହା ଏବେ ସାକାର ହେଉଛି । ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ, ଯେଉଁଠାରେ ପ୍ରତିଭାର ଉପଯୋଗ କରିବାର କ୍ଷମତା ରହିଛି, ସେଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଗୁଜରାଟ ସରକାର ଯୁବକମାନଙ୍କ ସହିତ ପଥର ଭଳି ଦୃଢ ଭାବେ ଛିଡା ହୋଇଛନ୍ତି । ଯୁବକମାନଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ନେତା ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି । ଶ୍ରୀ ଶାହ ଶେଷରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ ଭାରତ ସଂକଳ୍ପର ମେରୁଦଣ୍ଡ ହେଉଛି ଯୁବପିଢ଼ି ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ ।

—————

ହିନ୍ଦୁସ୍ଥାନ ସମାଚାର / ଅନିଲ

You Might Also Like

ଆଗରା ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଗଲେ ଡଜନେରୁ ଅଧିକ ଲୋକ, 3 ମୃତ
ଅନ୍ତର୍ଜାତୀୟ ମହିଳା ଦିବସର ଶୁଭକାମନା ଜଣାଇଲେ ରାଜ୍ୟପାଳ
ବିଜୟ ପାଇଁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି
ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ
ବିଦେଶୀ ଆକ୍ରମଣକାରୀ ମାନଙ୍କର ଆକ୍ରମଣର ପରିମାର୍ଜନ ହେଉଛ ଅଯୋଧ୍ୟାର ଶ୍ରୀରାମ ମନ୍ଦିର – ଚମ୍ପତ ରାୟ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ସାର ବୋହିନେଲେ ଚାଷୀ – Hindusthan Samachar Odia
Next Article ଆଗାମୀ ୭ ଦିନ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?