ୱାଶିଂଟନ, 23 ଅଗଷ୍ଟ (ହି.ସ.)- ହ୍ୱାଇଟ୍ ହାଉସ୍ର ପ୍ରେସିଡେନ୍ସିଆଲ୍ ପର୍ସନାଲ୍ କାର୍ଯ୍ୟାଳୟର
ବର୍ତ୍ତମାନର ନିର୍ଦ୍ଦେଶକ ସର୍ଜିଓ ଗୋର୍ ଭାରତରେ ଆମେରିକାର ପରବର୍ତ୍ତୀ ରାଜଦୂତ ହେବେ।
ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କର ନିକଟ ବିଶ୍ୱାସପାତ୍ର ମଧ୍ୟରେ ସାମିଲ ସର୍ଜିଓ ଗୋର୍ ଙ୍କୁ ଦକ୍ଷିଣ ଓ ମଧ୍ୟ ଏସିଆ ମାମଲା ପାଇଁ ବିଶେଷ
ଦୂତ ଭାବେ ନିଯୁକ୍ତ କରାଯାଇଛି। ଭାରତ ଉପରେ ଲାଗୁ ହୋଇଥିବା ଟ୍ୟାରିଫ୍
ମଧ୍ୟରେ ଟ୍ରମ୍ପ ଏହି ନିଷ୍ପତି ନେଇଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ ଏହି
ଘୋଷଣା କରି ତାଙ୍କର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ ରେ
ଲେଖିଛନ୍ତି ଯେ ସେ ସର୍ଜିଓ ଗୋର୍ ଙ୍କୁ ଭାରତରେ ଆମେରିକାର ପରବର୍ତ୍ତୀ ରାଜଦୂତ ଓ ଦକ୍ଷିଣ ଓ ମଧ୍ୟ
ଏସିଆ ମାମଲା ପାଇଁ ବିଶେଷ ଦୂତ ଭାବେ ନିଯୁକ୍ତ କରୁଛନ୍ତି। ଟ୍ରମ୍ପ ଭରସା ବ୍ୟକ୍ତ କରି
କହିଛନ୍ତି ଯେ ସର୍ଜିଓ ହେଉଛନ୍ତି ମେକ୍ ଆମେରିକା ଗ୍ରେଟ୍ ଅଗେନ୍ ମିଶନ୍କୁ ଆଗକୁ
ବଢ଼ାଇବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
