ଭୋପାଳ, 23 ଅଗଷ୍ଟ (ହି.ସ.)-କେନ୍ଦ୍ର ସଡ଼କ
ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି ଶନିବାର ଦିନିକିଆ ଗସ୍ତରେ ମଧ୍ୟପ୍ରଦେଶର ଜବଲପୁର୍
ଆସୁଛନ୍ତି। ସେ ଏଠାରେ ରାଜ୍ୟର ସବୁଠାରୁ ବଡ଼ ଏବଂ ଆଧୁନିକ ଫ୍ଲାଇଓଭର୍ର ଉଦ୍ଘାଟନ କରିବେ। ଏହି
ଅବସରରେ ମୁଖ୍ୟମନ୍ତ୍ରୀ ଡ଼ା. ମୋହନ ଯାଦବ ମଧ୍ୟ ଉପସ୍ଥିତ ରହିବେ। ଏହି ଫ୍ଲାଇଓଭର୍ ଜବଲପୁର୍ ସହରକୁ
ଏକ ନୂତନ ଯାତାୟାତ ରୂପରେ ଏବଂ ମହାନଗରୀ ପରିଚୟ ଦେବ।
କେନ୍ଦ୍ରୀୟ ମନ୍ତ୍ରୀ ଗଡକରୀ
ଓ ମୁଖ୍ୟମନ୍ତ୍ରୀ ଡ଼ା. ଯାଦବଙ୍କ ଦ୍ୱାରା ଜବଲପୁର୍ରେ ଦ୍ୱିପ୍ରହର 12ଟାରେ ଆୟୋଜିତ
କାର୍ଯ୍ୟକ୍ରମରେ 4,706 କୋଟି ଟଙ୍କା ଖର୍ଚ୍ଚରେ 186 କି.ମି. ଲମ୍ବା 10ଟି ସଡ଼କ ପ୍ରକଳ୍ପର
ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର
ଶୁକ୍ଳ, ଲୋକ ନିର୍ମାଣ ମନ୍ତ୍ରୀ
ରାକେଶ ସିଂହ, ପଞ୍ଚାୟତ ଏବଂ
ଗ୍ରାମୀଣ ବିକାଶ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ସହିତ ଅନ୍ୟାନ୍ୟ ସମ୍ମାନୀତ
ଜନପ୍ରତିନିଧିମାନେ ଉପସ୍ଥିତ ରହିବେ।
—————
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
