ନୂଆଦିଲ୍ଲୀ, ୧୯ ଅଗଷ୍ଟ(ହି.ସ.) – ବିଦେଶ ମନ୍ତ୍ରୀ ସ୍ତରୀୟ ବାର୍ତାରେ ଚୀନ୍ ପକ୍ଷରୁ ତାଇୱାନକୁ ନେଇ ଜାରି ବକ୍ତବ୍ୟ ସହିତ ଯୋଡ଼ି ଦାବି ଉପରେ ଭାରତ ସ୍ଥିତି ସ୍ପଷ୍ଟ କରିଛି। ଭାରତ କହିଛି ଯେ ତାଇୱାନକୁ ନେଇ ତା’ର ସ୍ଥିତିରେ କୌଣସି ପରିବର୍ତନ ଆସିନାହିଁ। ସୂତ୍ର କହିଛି ଯେ ଆମେମାନେ ଏହି କଥା ଉପରେ ଜୋର୍ ଦେଇଛୁ ଯେ ଦୁନିଆର ବାକି ଭାଗ ପରି, ଭାରତର ତାଇୱାନ ସହିତ ମଧ୍ୟ ଆର୍ôଥକ, ଟେକ୍ନିକ ଏବଂ ସାଂସ୍କୃତିକ ସମ୍ବନ୍ଧ ଉପରେ କେନ୍ଦ୍ରୀତ ସମ୍ପର୍କ ଅଛି। ଆମେ ଏହାକୁ ଜାରି ରଖିବାକୁ ଚାହୁଁଛୁ। ଉଲ୍ଲେଖନୀୟ ଯେ ଚୀନ୍ ପକ୍ଷରୁ କୁହାଯାଇଥିଲା ଯେ ବିଦେଶ ମନ୍ତ୍ରୀ ଡା. ଏସ୍. ଜୟଶଙ୍କର ତାଇୱାନ ଉପରେ ଚୀନ୍ର ଦାବିକୁ ସମର୍ଥନ କରିଛି। ବିଦେଶ ମନ୍ତ୍ରୀ ଜୟଶଙ୍କର ଏବଂ ଚୀନ୍ର ବିଦେଶ ମନ୍ତ୍ରୀ ବାଂଗ ୟୀଙ୍କ ମଧ୍ୟରେ ସୋମବାର ଦିନ ନୂଆଦିଲ୍ଲୀରେ ଦ୍ୱିପକ୍ଷୀୟ ବାର୍ତା ହୋଇଥିଲା। ସୂତ୍ର ଏହା ମଧ୍ୟ କହିଛି ଯେ ଚୀନ୍ ପକ୍ଷରୁ ଭାରତକୁ ଆବଶ୍ୟକ ବାଣିଜ୍ୟିକ ଆବଶ୍ୟକତାକୁ ପୂର୍ଣ୍ଣ କରିବାକୁ ଆଶ୍ୱାସନା ଦିଆଯାଇଛି। ଚୀନ୍ ଭାରତର ତିନି ପ୍ରମୁଖ ଚିନ୍ତାର ସମାଧାନ କରିବାକୁ କଥା ଦେଇଛନ୍ତି। ବିଦେଶ ମନ୍ତ୍ରୀ ବାଂଗ ୟୀ ନିଜ ଭାରତୀୟ ସମକକ୍ଷ ଜୟଶଙ୍କରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଚୀନ୍ ଭାରତର ଉର୍ବରକ, ଦୁର୍ଲଭ ଖଣିଜ ଏବଂ ସୁଡ଼ଙ୍ଗ ଖୋଳୁଥିବା ମେସିନ୍ ସହିତ ଯୋଡ଼ିଥିବା ଆବଶ୍ୟକତାକୁ ଧ୍ୟାନ ରଖୁଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
…………………………………
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି
