ଡେରାଡୁନ/ଫାଟା – ଭଗବାନ କେଦାରନାଥଙ୍କ ପଂଚମୁଖୀ ଡୋଲି ବୁଧବାର ସକାଳ 8.45 ମିନିଟ ସମୟରେ ଫାଟାରୁ ତୃତୀୟ ପର୍ଯ୍ୟାୟ ଗୌରାମାଈ ମନ୍ଦିର ଗୌରୀକୁଣ୍ଡ ପାଇଁ ବାହାରିଛି । କେଦାରନାଥ ଧାମର ଦ୍ୱାର ମେ 10ରେ ଖୋଲିବ । ଏହି ଅବସରରେ ବିଭିନ୍ନ ଲୋକେ ଫୁଲ ବର୍ଷା କରୁଛନ୍ତି । ସମସ୍ତେ ବାବାଙ୍କ ଜୟଘୋଷ କରୁଛନ୍ତି । ମେ 6ରେ ଦେବଡୋଲି ଓମକାରେଶ୍ୱର ମନ୍ଦିର ଉଖିମଠରୁ ବିଶ୍ୱନାଥ ମନ୍ଦି ଗୁପ୍ତକାଶୀରେ ପହଂଚିଥିଲା ଏବଂ ମେ 7ରେ ଦ୍ୱିତୀୟ ପର୍ଯ୍ୟାୟରେ ଫାଟାରେ ପହଂଚିଥିଲା ।
