ଜୟପୁର, ୨୪ ଏପ୍ରିଲ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଉପରେ ଅସ୍ଥା ପ୍ରକଟ କରି ବିଜେଡି ଛାଡି କଂଗ୍ରେସରେ ଯୋଗଦାନ କରିଛନ୍ତି । ଜୟପୁର ବ୍ଲକ ଅନ୍ତର୍ଗତ ଜୟନ୍ତିଗିରି ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଠାରେ ୫ ଶହରୁ ଉଦ୍ଧ କର୍ମି ଓ ନେତା ବିଜେଡି ଛାଡି କଂଗ୍ରେସରେ ଯୋଗଦାନ କରିଛନ୍ତି । ନବାଗତ ମାନଙ୍କୁ ବିଧାୟକ ତାରା ଦଳିୟ ଉତରିୟ ଦେଇ ସ୍ୱାଗତ କରିଛନ୍ତି । ଏହା ଦ୍ୱାରା ଦଳ ଜୟପୁର ନିର୍ବାଚନ ମଣ୍ଡଳିରେ ସୁଦୃଢ ହେବ ବୋଲି କହିଛନ୍ତି । ଏହି ମିଶ୍ରଣ ପବରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ବାହିନିପତି, ଜୟପୁର ବ୍ଲକ ସଭାପତି ବସନ୍ତ ନାୟକ, ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।
