• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
Regional

ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

CliQ INDIA
Last updated: September 4, 2025 11:37 am
CliQ INDIA
Share
3 Min Read
SHARE

ଗର୍ଭବତୀ ମହିଳା, ନବଜାତ ଶିଶୁ ଏବଂ ସ୍କୁଲ ଯିବାକୁ ଥିବା

ଶିଶୁମାନଙ୍କର ଶତ-ପ୍ରତିଶତ ଯତ୍ନ ନେବା – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୩ – ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ କରକମଳରେ ଗୋଟିଏ ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ସହିତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ସ୍ଥାପନା ପାଇଁ ଗାଇଡଲାଇନର ଶୁଭାରମ୍ଭ ହୋଇଯାଇଛି । ନୂଆ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଅଙ୍ଗନବାଡ଼ି ଓ ସ୍କୁଲକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ସହ ସମନ୍ୱିତ ମଡେଲ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମହତ୍ୱ ଉପରେ ଗାଇଡଲାଇନରେ ଜୋର୍ ଦିଆଯାଇଛି ।

ଶିକ୍ଷା ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏପରି ଅଭିନବ ପଦକ୍ଷେପ ପାଇଁ ଶିକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ର ମାନବ ପୁଞ୍ଜି ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବାର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏକ ସଫଳ ପଦକ୍ଷେପ ହେବ । ବିକଶିତ ଭାରତର ଲକ୍ଷ୍ୟ ସେତେବେଳେ ପୂରଣ ହେବ ଯେତେବେଳେ ଆମେ ଆଗାମୀ ଦିନରେ ଶତ-ପ୍ରତିଶତ ଗର୍ଭବତୀ ମହିଳା, ନବଜାତ ଶିଶୁ ଏବଂ ସ୍କୁଲ ଯିବାକୁ ଥିବା ଶିଶୁମାନଙ୍କର ଯତ୍ନ ନେବା ।

ଏହି ଅବସରରେ ଶ୍ରୀ ପ୍ରଧାନ + ୨ ପର୍ଯ୍ୟନ୍ତ ପାଠ ପଢିନଥିବା ଏବଂ ଆଗକୁ ପାଠ ପଢିବା ପାଇଁ ଇଚ୍ଛା ରଖୁଥିବା ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ମଡ୍ୟୁଲ ପ୍ରସ୍ତୁତ କରିବାକୁ ମହିଳା, ଶିଶୁ ବିକାଶ ଓ ଶିକ୍ଷା ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଏଆଇ ସମେତ ଅନ୍ୟ ଜ୍ଞାନକୌଶଳ ମାଧ୍ୟମରେ ବିଶ୍ୱରେ ଜୀବନଶୈଳୀ ସହଜ ହୋଇଛି ।ଏଥିପାଇଁ ଆମକୁ ଏଆଇର ଉପଯୋଗ କରି ପିଲାମାନଙ୍କ ଭବିଷ୍ୟତ ନିର୍ମାଣ କରିବା ଉପରେ ଦୃଷ୍ଟି ଦେବା ଉଚିତ୍ । ଆମର ଅଙ୍ଗନବାଡ଼ି ଦିଦିମାନେ ପିଲାମାନଙ୍କର ପ୍ରଥମ ଗୁରୁ ଏବଂ ଏଆଇ ମାଧ୍ୟମରେ ଭାରତୀୟ ଭାଷାରେ ଶିକ୍ଷାକୁ ଅଧିକ ସରଳ କରାଯାଇପାରିବ । ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨ ଲକ୍ଷ ବେସରକାରୀ ଏବଂ ସରକାରୀ ହାଇସ୍କୁଲରେ ବ୍ରଡବ୍ରାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ କରାଯିବ । ଆସର୍ ଏବଂ ପରଖ ରିପୋର୍ଟର ସାମ୍ପ୍ରତିକ ତଥ୍ୟନୁସାରେ ଗାଁରେ ପିଲାମାନଙ୍କର ଶିକ୍ଷଣ ଫଳାଫଳରେ ସହର ଅପେକ୍ଷା ଭଲ ହୋଇଛି । ଏହି ଅଭୁତପୂର୍ବ ସଫଳତା ଆମର ଅଙ୍ଗନବାଡି ଦିଦିମାନଙ୍କର କଠିନ ପରିଶ୍ରମର ପ୍ରତିଫଳନ । ବର୍ତ୍ତମାନ ସମୟରେ ଆମର ଦାୟିତ୍ୱ ହେଉଛି, ଦେଶର ପ୍ରାୟ ୧୫ କୋଟି ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେଉ, ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ନେଉ, ତେବେ ଯାଇ ୨୦୪୭ ସୁଦ୍ଧା ବିକଶିତ ଭାରତ ଏବଂ ନିପୁଣ ଭାରତର ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ଉଲ୍ଲେଖନୀୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ସହଯୋଗରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ଏହି ପଦକ୍ଷେପ ବିକଶିତ ଭାରତର ମାନବ ସମ୍ବଳ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜାତୀୟ ଶିକ୍ଷା ନୀତି ଅଧୀନରେ ଏହି ଗାଇଡଲାଇନ, ଅଙ୍ଗନବାଡ଼ି ଓ ସ୍କୁଲକୁ ଗୋଟିଏ କ୍ୟାମ୍ପସରେ ପ୍ରତିଷ୍ଠା କରିବା ସହ ସମନ୍ୱିତ ମଡେଲ ମାଧ୍ୟମରେ ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମହତ୍ତ୍ୱ ଉପରେ ଯୋର୍ ଦେଉଛି । ସମଗ୍ର ଭାରତବର୍ଷରେ ସ୍କୁଲ ପରିସରରେ ପୂର୍ବରୁ ୨.୯ ଲକ୍ଷରୁ ଅଧିକ ଅଙ୍ଗନୱାଡି କେନ୍ଦ୍ର ରହିଛି । ଏଥିପାଇଁ ଏହି ଗାଇଡଲାଇନ୍ ବା ନିର୍ଦ୍ଦେଶାବଳୀ ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକ ସ୍ପଷ୍ଟତା ପ୍ରଦାନ କରିବ ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ମଡେଲକୁ ପ୍ରଭାବଶାଳୀ ଢଙ୍ଗରେ ଆଗକୁ ବଢାଇବା ଦିଗରେ ସମର୍ଥ କରିବ ।

ଏହି କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ଏବଂ ସାକ୍ଷରତା ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ଉଭୟ ବିଭାଗର ପ୍ରତିନିଧି ଏବଂ ଅଙ୍ଗନୱାଡି କର୍ମଚାରୀମାନେ ଯୋଗଦେଇଥିଲେ ।

—————

ହିନ୍ଦୁସ୍ଥାନ ସମାଚାର / ଅନିଲ

You Might Also Like

ବିକାଶ ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବ ପୂର୍ତ୍ତ ବିଭାଗ,  ପ୍ରତ୍ୟେକ ନୂତନ ରାସ୍ତା ପାଶ୍ୱର୍ରେ ହେବ ବୃକ୍ଷରୋପଣ
ସମ୍ବଲପୁରର ପ୍ରିୟଙ୍କା ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ
ବର୍ଷର ଶେଷଦିନରେ ଆମିଷ ବଜାରରେ ଭିଡ
କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ କାର୍ଯ୍ୟକ୍ରମ ବାଧିତ
ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣର ସ୍ୱତଃ ସଂଜ୍ଞାନ ନେଇଛନ୍ତି ଜାତୀୟ ମାନବାଧିକାର କମିଶନ
Next Article ଜିଏସଟି ସଂସ୍କାରକୁ ସମୟ ପୂର୍ବରୁ ଦୀପାବଳି ଭେଟି କହିଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାକୁ ମିଳିବ ବିଶେଷ ଲାଭ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?