• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ବିଜେଡି ସମ୍ବଲପୁର ପାଇଁ ଥିବା ନିଜ ଦାୟିତ୍ୱକୁ ଭୁଲି ପ୍ରସଙ୍ଗ ନଥିବାରୁ ମିଛ ସୁଆଙ୍ଗ ରଚୁଛି – ଧର୍ମେନ୍ଦ୍ର ପ୍ରଧାନ
Regional

ବିଜେଡି ସମ୍ବଲପୁର ପାଇଁ ଥିବା ନିଜ ଦାୟିତ୍ୱକୁ ଭୁଲି ପ୍ରସଙ୍ଗ ନଥିବାରୁ ମିଛ ସୁଆଙ୍ଗ ରଚୁଛି – ଧର୍ମେନ୍ଦ୍ର ପ୍ରଧାନ

CliQ INDIA
Last updated: April 20, 2024 3:04 pm
CliQ INDIA
Share
5 Min Read
SHARE

ସମ୍ବଲପୁର, ଏପ୍ରିଲ ୧୭- ପ୍ରସଙ୍ଗ ନଥିବାରୁ ବିଜେଡି ସମ୍ବଲପୁର ପ୍ରତି ଥିବା ନିଜ ଦାୟିତ୍ୱକୁ ଭୁଲି ମିଛ ସୁଆଙ୍ଗ ରଚୁଛି । ଏନଏଚ-୫୫ର ୯୫ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ବାକି କାମ ରାଜ୍ୟ ସରକାରଙ୍କ ଅସହୋଯୋଗ ଓ ଷଡଯନ୍ତ୍ର କାରଣରୁ ହୋଇପାରୁନାହିଁ । ଯଦି ସାରା ରାଜ୍ୟରେ ୨୫ ବର୍ଷର ରୂପାନ୍ତରଣ କଥା କୁହାଯାଉଛି ତେବେ ପ୍ରାୟ ସବୁ ସ୍ଥାନରେ କାହିଁକି ଲୋକମାନଙ୍କ ତରଫରୁ ଭୋଟ୍ ବର୍ଜନର କଥା ଆସୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୁର୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟର ଉଦଘାଟନ କରିବା ସହ କର୍ମୀ ସମ୍ମିଳନୀରେ ଯୋଗଦେଇ କେନ୍ଦରମନ୍ତ୍ରୀ କହିଛନ୍ତି ଯେ ବିଜେଡି ଏନଏଚ-୫୫ କୁ କେବଳ ପ୍ରସଙ୍ଗ କରି ନିଜର ଦାୟିତ୍ୱ ଭୁଲିଯାଇଛି । ବିଜେଡିକୁ ଏନଏଚ-୫୩ର ବିକାଶ କଥା ଦେଖାଯାଉନାହିଁ । ସମ୍ବଲପୁର ସହରରେ ରାସ୍ତା ଓ ଡ୍ରେନଜର ବ୍ୟବସ୍ଥା କଣ ? ଲୋକଙ୍କ ମୌଳିକ ସୁବିଧା ଉପଲବ୍ଧ କରାଇବାରେ ବିଜେଡି ସରକାର ବିଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଚଳିତ ନିର୍ବାଚନର ପ୍ରାର୍ଥୀ ହୋଇଥିବା ହିଞ୍ଜିଳିକାଟୁ ଓ କଣ୍ଟାବାଞ୍ଜିରେ ଅଧିକ ମାଇଗ୍ରେସନ ହେଉଛି । ପ୍ରଧାନମନ୍ତ୍ରୀ ୩୪ ଲକ୍ଷ ଆବାସ ପଠାଇଛନ୍ତି, କିନ୍ତୁ ବୁର୍ଲାରେ ଲୋକଙ୍କ ପାଖରେ ପଟ୍ଟା ନଥିବାରୁ ସେମାନଙ୍କୁ ଘର ମିଳୁନାହିଁ । ୨୫ ବର୍ଷର ଦୀର୍ଘ ଶାସନ ପରେ ବି ଲୋକଙ୍କୁ ପଟ୍ଟା ଉପଲବ୍ଧ କରାଇପାରୁନାହାନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ସାରା ରାଜ୍ୟରେ ୨୪ ବର୍ଷର ରୂପାନ୍ତରଣ କଥା କୁହାଯାଉଥିବା ବେଳେ କାହିଁକି ଭୋଟ୍ ବର୍ଜନର କଥା ଲୋକମାନେ ଉଠାଉଛନ୍ତି । ଏହାକୁ ବିଫଳତା ଓ ପ୍ରବଞ୍ଚନା କୁହାଯିବନି ତ କଣ କୁହାଯିବ । ପ୍ରସଙ୍ଗ ଧର୍ମେନ୍ଦ୍ର ପ୍ରଧାନ ନୁହେଁ, ପ୍ରସଙ୍ଗ ହେଉଛି ଓଡ଼ିଶାର ବିକାଶ କିଏ କରିବ ? ୧୦ ବର୍ଷର କଲ୍ୟାଣକାରୀ ଶାସନ ନା ୨୪ ବର୍ଷର ରୂପାନ୍ତରଣ କହୁଥିବା ଅପାରଗ ସରକାର, ଏହାକୁ ଲୋକମାନେ ହୃଦୟଙ୍ଗମ କଲେଣି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ଲଢିବେ । ସେ ବିଜେପୁରରୁ ଲଢିଥିଲେ । ବିଜେପୁରର ବିକାଶ ତାଙ୍କ ଦାୟିତ୍ୱ ବୋଲି କହିଥିଲେ । ୫ ବର୍ଷରେ କଣ ବିକାଶ କରିଛନ୍ତି, ସେ ସମ୍ପର୍କିତ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଏହାସହ କଣ୍ଟାବାଞ୍ଜିରୁ ଲଢିବା ପୂର୍ବରୁ ହିଞ୍ଜିଳିରୁ କେତେ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି, ସେ ସମ୍ପର୍କିତ ଏକ ଶ୍ୱେତ ପତ୍ର ପ୍ରକାଶ କରିବା ଉପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ କଥାକୁ ଦୋହରାଇଛନ୍ତି ।

୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଅନେକ ଗରିବ କଲ୍ୟାଣ ଯୋଜନା କରିଛନ୍ତି । କିନ୍ତୁ ସେଥିରୁ ଓଡ଼ିଶା ବଞ୍ଚିତ ହେଲା । କେବଳ ଘରେ ଘରେ ସ୍ୱଚ୍ଛ ପିଇବା ପାଣି ଯୋଗାଇବା ପାଇଁ ୧୦ ହଜାର କୋଟି ଟଙ୍କା ମୋଦୀ ସରକାର ଦେଇଛନ୍ତି । ଅଥଚ ସମ୍ବଲପୁର, ବୁର୍ଲା, ହୀରାକୁଦ ଅଞ୍ଚଳରେ ପିଇବା ପାଣି ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ସମ୍ବଲପୁର ମହାନଗର ନିଗମ ହେଲା । କିନ୍ତୁ ନିର୍ବାଚନ ହେଲା ନାହିଁ । କାଳେ ଏଠାରେ ବିଜେପି ଜିତିଯିବ, ସେହି ଡରରେ ନିର୍ବାଚନ କରୁନାହାନ୍ତି । ସମ୍ବଲପୁର ଉନ୍ନୟନ କମିଟିରେ କୌଣସି ରାଜନେତାଙ୍କୁ ନ ନେଇ ଅଫିସରରାଜ ଚଳାଇଛନ୍ତି । ଦୁର୍ନୀତି ଚରମ ସୀମାରେ । ଯେଉଁମାନେ ସମ୍ବଲପୁରର ସଂଶାଧନ ଲୁଟ କରିବାର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଅତ୍ୟାଚାର କରୁଥିଲେ ସେହି ଷଡ଼ଯନ୍ତ୍ରକାରୀମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏମାନଙ୍କୁ ସମ୍ବଲପୁରବାସୀ ଠିକ ଜାଣିଛନ୍ତି, ଠିକ ସମୟରେ ଠିକ ଜବାବ ଦେବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସବକା ସାଥ-ସବକା ବିକାଶରେ କାମ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତି ଥିବା ଜନଆସ୍ଥା ବୃଦ୍ଧି ପାଇଛି । ମୋଦୀ ସରକାର ନ୍ୟାୟୋଚିତ ସରକାର । ସେ ବିଗତ ୧୦ ବର୍ଷ ଧରି ସବକା ସାଥ୍, ସବକା ବିକାଶ, ସବ୍କା ବିଶ୍ୱାସ ଓ ସବକା ପ୍ରୟାସରେ ସବୁ ବର୍ଗ ଓ ଜାତିଙ୍କ କଲ୍ୟାଣ କରୁଛନ୍ତି । ବିକଶିତ ଭାରତ ଓ ସମାବେଶୀ ସମାଜ ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏହି ଭାବନାରେ ଏକାଠୀ ହେବା ପାଇଁ ପଡିବ । ସମ୍ବଲପୁରର ଅପାର ସମ୍ଭାବନାକୁ ସୁଯୋଗରେ ପରିଣତ କରିବା ଉପରେ ଆଲୋଚନା କରିଥିଲେ ।

ସେ ଆହୁରି କହିଛନ୍ତି ବିକଶିତ ଓଡ଼ିଶା ସହ ସମ୍ବଲପୁରକୁ ଦେଶର ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ବହୁତ ଉତ୍କଣ୍ଠା ଅଛି । ଦେଶର ଯୁବବର୍ଗ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସଂକଳ୍ପକୁ ସାକାର କରିବାକୁ ମନସ୍ଥ କରିଛନ୍ତି । ସମସ୍ତଙ୍କ ସହଯୋଗ ଓ ସାମୂହିକ ଉଦ୍ୟମରେ ହିଁ ସମ୍ବଲପୁରର ବିକାଶ ହେବ । ମୋଦୀ ଗ୍ୟାରେଣ୍ଟିରେ ସମସ୍ତେ ମିଳିତ ଭାବରେ ସମ୍ବଲପୁରର ବିକାଶ ପାଇଁ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିବା ସହ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରିଥିଲେ ।

ଉଲ୍ଲଖନୀୟ ଯେ, ଏହି କାର୍ଯ୍ୟକ୍ରମ ପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଭାବେ ସମ୍ବଲପୁରରେ ବେସରକାରୀ ବସ ମାଲିକ ସଂଘ ସମେତ ବିଭିନ୍ନ ସଂଘର କର୍ମକର୍ତ୍ତା ଓ ସଂଗଠନର ସଦସ୍ୟଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଯାତ୍ରୀଙ୍କ ଯାତାୟତ ସୁବିଧା ଓ ଗମନାଗମନ ନେଇ ବିଭିନ୍ନ ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ । ସମ୍ବଲପୁର ସମେତ ରାଜ୍ୟରେ ଯାତ୍ରୀଙ୍କ ଗମନାଗମନର ବ୍ୟବସ୍ଥାକୁ ସହଜ କରିବାରେ ବସ ମାଲିକ ସଂଘର ଭୂମିକା ଗୁରୁତ୍ୱପର୍ଣ୍ଣ ବୋଲି କହିଥିଲେ । ପରେ ବିଭିନ୍ନ ସଂଗଠନ ସହ ସ୍ଥାନୀୟ ନିର୍ବାଚନମଣ୍ଡଳୀର କିଛି ଯୁବବର୍ଗଙ୍କୁ ଭେଟି ସେମାନଙ୍କର ଥିବା ଆଶା, ଆକାଂକ୍ଷା ଓ ଅପେକ୍ଷା ବିଷୟରେ ପଚାରି ବୁଝିଥିଲେ । ବଡବଜାର ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବା ସହ ହରିନାମ ସଂକୀର୍ତ୍ତନରେ ସାମିଲ ହୋଇଥିଲେ ।

 

You Might Also Like

ସ୍କୁଟିକୁ ପିଟିଲା ହାଇୱା : ମାଆ ମୃତ, ପୁଅ ଗୁରୁତର : ଉତ୍ୟେକ୍ତ ଲୋକଙ୍କ ରାସ୍ତାରୋକ | BulletsIn
ପବିତ୍ର ରାଧାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଜିଲ୍ଲା ବିଜେପି ସତ୍ୟାଗ୍ରହ ୧୬ ଦିନରେ
ଶ୍ରୀଜୀଉଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କଳା ପ୍ରଦର୍ଶନୀ ‘ସୃଷ୍ଟି ‘ ଉଦଯାପିତ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ପଶୁ କ୍ଷୀରରେ ବାର୍ଡ ଫ୍ଲୁ ଜୀବାଣୁ ପ୍ରଥମ ଥର ପାଇଁ ନିଶ୍ଚିତ ହୋଇଛି, WHO ରିପୋର୍ଟ ପ୍ରକାଶ କରିଛି
Next Article ଟେଲସା ମୁଖ୍ୟ ଏଲନ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ଭାରତୀୟ ଶେୟାର ବଜାରରେ ରୁପି ମାନ୍ଦାବସ୍ଥା ଓ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡ୍ ମାର୍କେଟ ଖୋଲିଲା
Business
May 23, 2026
ମହାରାଷ୍ଟ୍ରର ପଦକ୍ଷେପ ପରେ ବିମାନ ଇନ୍ଧନ ଉପରେ ଟିକସ ହ୍ରାସ ପାଇଁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରର ପରାମର୍ଶ
National
May 23, 2026
ଆର୍ଥିକ ଦୃଷ୍ଟିରୁ ଉନ୍ନତ ଓବିସି ପରିବାରଙ୍କ ପାଇଁ ସଂରକ୍ଷଣ ସୁବିଧା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
National
May 23, 2026
ଆଇପିଏଲ ୨୦୨୬ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଲକ୍ଷ୍ନୌ ସୁପର ଜାୟଣ୍ଟସ ଓ ପଞ୍ଜାବ କିଙ୍ଗସ
Sports
May 23, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?