କୋରାଇ, ୧୯ ଅପ୍ରେଲ(ହି.ସ.) – ଯାଜପୁର ସଦର ଥାନା ଅନ୍ତଗତ କୁନିନ୍ଦା ଗ୍ରାମର ସେକ ଶ୍ୟାମସୁଦ୍ଦିନଙ୍କ ପୁଅ ସେକ ହାପିଜୁଦ୍ଦିନ ପାଣିକୋଇଲି ବଜାର ଟ୍ରେକର ଷ୍ଟାଣ୍ଡ ନିକଟସ୍ଥ ଏସବିଆଇ ଏଟିଏମ୍କୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରେ ଜଣେ ବ୍ୟକ୍ତି ନିଜକୁ ଏଟିଏମ୍ ଅଫିସର କହି ଟଙ୍କା ଉଠାଇ ଦେବାକୁ କହିଥିଲେ । ହାପିଜୁଦ୍ଦିନ ତାଙ୍କ ଏଟିଏମ କାର୍ଡ ଦେବା ସହ ସିକ୍ରେଟ ନମ୍ବର କହିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ୩ ହଜାର ଟଙ୍କା ଉଠାଇବା ପରେ ଟଙ୍କା ସହ ଏଟିଏମ କାର୍ଡଟି ଫେରାଇଦେଇଥିଲେ । ହାପିଜୁଦ୍ଦିନ ଟଙ୍କା ନେଇ ଘରକୁ ପଳାଇଥିଲେ । ପରେ ପୁଣି ଟଙ୍କା ଦରକାର ପଡିବାରୁ ସେ କୁନିନ୍ଦା ଲକ୍ଷ୍ମୀଛକରେ ଥିବା ଏଟିଏମକୁ ଯାଇଥିଲେ । ମାତ୍ର ସେଠାରେ ଏଟିଏମ କାର୍ଡଟି ତାଙ୍କ କାର୍ଡ ଭଳି ଦେଖାଯାଉଥିଲେ ବି ତାହା ତାଙ୍କର ନୁହେଁ ବୋଲି ଜଣିବାକୁ ପାଇଲେ । ପାଣିକୋଇଲି ଏଟିଏମ୍ରେ ଅଧିକାରୀ ପରିଚୟ ଦେଇଥିବା ବ୍ୟକ୍ତି ଚଂଚକତା ପୂର୍ଣ୍ଣ ଭାବେ କାର୍ଡ ବଦଳ କରିଥିବାର ସନ୍ଦେହ ଉପୁଜିଥିଲା । ପରେ ସେ ନିକଟସ୍ଥ ଏସବିଆଇ ଗ୍ରାହକ ସେବା କେନ୍ଦ୍ରରେ ଯାଇ ଜମାଖାତା ଯାଂଚ କରିବାରୁ ତ।।ଙ୍କ ଜମାଖାତାରେ ଥିବା ୩୬ ହଜାର ୮୪୫ଟଙ୍କାରୁ ୩୬ ହଜାର ୪ଶହ ଟଙ୍କା ଉଠିଥିବା ଜାଣିବାକୁ ପାଇଲେ । ଏନେଇ ସେ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଛି ।
…………………………………/ସମନ୍ୱୟ
