ଡେରାଡୁନ/ରୁଦ୍ରପୁର, – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଦ୍ରପୁରରେ ଜନସଭାରୁ ଉତ୍ତରାଖଣ୍ଡରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଧାନୀ ପ୍ରଧାନମନ୍ତ୍ରୀଙ୍କ ଦେବଭୂମି ଉତ୍ତରାଖଣ୍ଡ ଆଗମନକୁ ସ୍ୱାଗତ କରିଛନ୍ତି । ପିଏମଙ୍କ ଜନସଭାକୁ ନେଇ ପୋଲିସ-ପ୍ରଶାସନ ଆଲର୍ଟ ମୋଡରେ ରହିଛି ।
କିଚ୍ଛା ବାଇପାସ ମାର୍ଗ ସ୍ଥିତ ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲିକୁ ସଂବୋଧିତ କରିବେ । ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ 11ଟା ବେଳେ ରୁଦ୍ରପୁରରେ ପହଂଚିବେ । ଦ୍ୱିପ୍ରହର 12ଟା ବେଳେ ପିଏମ ମୋଦି ଜନସଭାକୁ ସଂବୋଧିତ କରିବେ । ରାଲିରେ ଲୋକଙ୍କ ଭିଡ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି କରାଯାଇଛି । କାର୍ଯ୍ୟକ୍ରମରେ ପିଏମଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ପାର୍ଟର ବଡ ନେତା ସାମିଲ ହେବେ ।
